କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
କୋରାପୁଟ : କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି l ଏଲ. ଏଣ୍ଡ କେ ସୁରକ୍ଷା କମ୍ପାନୀରେ ଦୀର୍ଘ ତିନି ବର୍ଷରୁ କାର୍ଯ୍ୟାରତ ସୁରକ୍ଷା କର୍ମୀ ପିଙ୍କୁ ପ୍ରଧାନ(22) ଗଣେଶ ବିସର୍ଜନ ବେଳେ ଫୋଟ ଉତ୍ତୋଳନ କରୁ କରୁ ହଟାତ ତଳେ ପଡି ଯାଇଥିଲେ l ସାଙ୍ଗେ ସାଙ୍ଗେ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା,ସେଠାରେ ଡ଼କ୍ଟର ପିଙ୍କୁଙ୍କୁ ମୃତ ଘୋଷଣା କରିଥିଲେ, ମୃତ୍ୟୁର କାରଣ ଅସ୍ପଷ୍ଠ ରହିଛି l ଏହି ଦୁଖଃଦ ଖବର ପାଇବା କ୍ଷଣି ବନ୍ଧୁ -ପରିବାରବର୍ଗ କୋଟପାଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ପହଂଚି ଥିଲେ ଏବଂ ମୃତ୍ୟୁର କାରଣ ପାଇଁ ତଦନ୍ତ ଏବଂ କ୍ଷତି ପୁରଣ ଦାବୀକରି ଜାତୀୟ ରାଜପଥ- 63 ଅବରୋଧ କରିଥିଲେ l ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ, ସମାଜ ସେବୀ ଅନାମୁ ଦିଆନ ,ପରିଷଦ ଅଧ୍ୟକ୍ଷ ଶଙ୍କର ରାଓ,ସମାଜ ସେବୀ ରବି ନାୟକ ପ୍ରମ୍ମୁଖ ଧାରଣା ସ୍ଥଳରେ ପହଂଚି ପ୍ରତ୍ୟେକ୍ଷ ଭାବେ ସମର୍ଥନ କରି ଥିଲେ l
ଅପର ପକ୍ଷରେ, ଖବର ପାଇ କୋଟପାଡ଼ ତହସିଲଦାର ଟ୍ୱିଙ୍କଲ ସେଠି, ଏଡିସନାଲ ତହସିଲଦାର ପର୍ଶୁରାମ ଭତ୍ରl ଧାରଣା ସ୍ଥଳରେ ପହଂଚି ଆଲୋଚନା କରିଥିଲେ ଏବଂ କ୍ଷତିପୂରଣ ବାବତରେ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରେଡ଼କ୍ରସ ପାଣ୍ଠିରୁ ତିରିଶି ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ l ସୂତ୍ରରୁ ପ୍ରକାଶ ଯେ, ସମାଜ ସେବୀ ଅନାମୁ ଦିଆନ ମଧ୍ୟ କିଛି ଆର୍ଥିକ ସହଯୋଗ କରିଥବା ଜଣା ପଡିଛି l କୋଟପାଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି (କେଶ ନମ୍ବର 72/26 )ତଦନ୍ତ କରୁଥିବl ଜଣାପଡୁଛି l
