ଯୁବପିଢିଙ୍କୁ ସେନାରେ ସାମିଲ ହେବାକୁ ପ୍ରୋତ୍ସାହିତ କଲେ BSF ଯବାନ…

add-all


କୋରାପୁଟ: ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ସିଭିଲ ଆକ୍ସନ କାର୍ଯ୍ୟକ୍ରମ ଆୟୋଜନ କଲେ BSF ଯବାନ । ସ୍ଥାନୀୟ ଯୁବକମାନଙ୍କୁ ସୁସ୍ଥ ଏବଂ ଫିଟ୍ ରହିବା ସହ ସୁରକ୍ଷା ବାହିନୀରେ ନିୟୋଜିତ ହେବାକୁ ପ୍ରୋତ୍ସାହିତ କରିଛନ୍ତି ଯବାନମାନେ । ଏଥିସହ ଗ୍ରାମବାସୀମାନଙ୍କୁ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରଦାନ କରିଛନ୍ତି ।
ଯୁବପିଢିଙ୍କୁ ସୁରକ୍ଷା ବାହିନୀରେ ଯୋଗଦେବାକୁ ପ୍ରୋତ୍ସାହିତ କଲେ BSF ଯବାନଯୁବପିଢିଙ୍କୁ ସୁରକ୍ଷା ବାହିନୀରେ ଯୋଗଦେବାକୁ ପ୍ରୋତ୍ସାହିତ କଲେ BSF ଯବାନମାଠପଡ଼ାରେ ଡାଲପୁର, ଟିପାଗୁଡା, ଝିଲିମିଲିଗୁଡା, ପଞ୍ଜାବିଗୁଡା, ଲୋଡକାଗୁଡା, ପ୍ରଧାନମାଲା, କୁପଲିଗୁଡା, ସିମିଳିଗୁଡା, ମୁର୍ଜାଗୁଡା, ମୁସାପଦର ଏବଂ ମାଲାଗୁଡା ଅନ୍ତର୍ଗତ ଗ୍ରାମବାସୀଙ୍କ ପାଇଁ BSF ଯବାନମାନେ ଏକ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ 600 ଗ୍ରାମବାସୀଙ୍କୁ ପୋଷାକ, ଷ୍ଟେସନାରୀ ଜିନିଷ, ଘର କରଣା ଜିନିଷ ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ କରିଛନ୍ତି । ଏହି ଅବସରରେ କୋରାପୁଟ ବିଏସଏଫ ସେକ୍ଟର ଡିଜି ମଦନ ଲାଲ ଏବଂ କମାଣ୍ଡାଣ୍ଟ ଅଜୟ କୁମାର ଉପସ୍ଥିତ ଥିଲେ ।ଏହିପରି କଲ୍ୟାଣ କାର୍ଯ୍ୟକ୍ରମ ନାଗରିକଙ୍କ ମଧ୍ୟରେ ସୁରକ୍ଷା ଭାବନାକୁ ବୃଦ୍ଧି କରିଥାଏ ଏବଂ ଭବିଷ୍ୟତରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ମଦନ ଲାଲ୍ କହିଛନ୍ତି । ଯୁବକମାନଙ୍କୁ ସେମାନଙ୍କର ଶିକ୍ଷା ସମାପ୍ତ କରିବା ସହିତ ନିଜକୁ ସୁସ୍ଥ ଏବଂ ଫିଟ୍ ରହିବାକୁ ଉତ୍ସାହିତ କରିଛନ୍ତି ବିଏସଫ ଯବାନ ଏବଂ ସେମାନଙ୍କୁ ସୁରକ୍ଷା ବାହିନୀରେ ଯୋଗଦେଇ ଦେଶ ସେବା କ୍ଷେତ୍ରରେ ଅନୁପ୍ରେରିତ କରିଛନ୍ତି । ନିଯୁକ୍ତି ପୂର୍ବ ପ୍ରସ୍ତୁତି ପ୍ରଶିକ୍ଷଣରେ ସେମାନଙ୍କୁ ବିଏସଏଫର ଅଧିକାରୀ ସମସ୍ତ ସାହାଯ୍ୟ କରିବେ ବୋଲି ମଦନ ଲାଲ ପ୍ରତିଶ୍ରୁତି ଦେଇଛନ୍ତି ।

ad-week
Leave A Reply

Your email address will not be published.