ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି ବ୍ରାହ୍ମଣୀଗାଁରେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ

add-all

ଦାରିଙ୍ଗବାଡି : ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଦଳୀୟ ପାର୍ଥିଙ୍କୁ ଜିତେଇବାକୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳର ତତ୍ପରତା ସେହି ହାରରେ ବୃଦ୍ଧି ପାଇ ନେତା ମାନେ ଗାଁ ଗାଁରେ ପହଞ୍ଚି ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ବିଜେପି ଦଳର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ବ୍ରାହ୍ମଣୀଗାଁ ୧୧ ନଂ ଜିଲାପରିଷଦ ପ୍ରାର୍ଥୀ ଫିଲି ବେହେରାଙ୍କୁ ଜିତେଇବା ପାଇଁ ବ୍ରାହ୍ମଣୀଗାଁ ଓ ଗଦାପୁରରେ ପହଞ୍ଚି ସାହି ସାହି ବୁଲି ମୋଦି ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ସୂଚନା ଦେବା ସହିତ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିବା ଜଣାପଡ଼ିଛି।

ଶ୍ରୀଯୁକ୍ତ ଖାରବେଳ ସ୍ବାଇଁଙ୍କ ସହିତ ଜିଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଦିବ୍ୟସିଂହ ପାତ୍ର, ସମ୍ପାଦକ ଗଣେଷ ଡାକୁଆ, ଶଙ୍କର ବେହେରଦଳାଇ, ଦିନବନ୍ଧୁ ବେହେରଦଳାଇ, ଶ୍ୟାମ ମହାଙ୍କୁଡ, ଡ୍ରିମି କାର୍ଜି, ତ୍ରିନାଥ ବିଷୋୟୀ, ରାଜୁ ରାଉତଙ୍କ ସମେତ ବହୁ ଦଳୀୟ କର୍ମୀ ପ୍ରଚାରରେ ସାମିଲ ରହିଥିବା ଜଣାପଡିଛି।

ad-week
Leave A Reply

Your email address will not be published.