ନୟାଗଡ଼ ସାମ୍ବାଦିକ ସଂଘର ନିର୍ବାଚନ ଫଳାଫଳ : ଇତିହାସ ରଚିଲେ ନୂତନ ସଭାପତି ରଜତ ଏବଂ ସମ୍ପାଦକ ଅନୱର

ନୟାଗଡ଼ : ନୟାଗଡ଼ ଜିଲ୍ଲା ହେଡ଼କ୍ୟାର୍ଟରରେ ଥିବା ସାମ୍ବାଦିକ ସଂଘ ତଥା ସାମ୍ବାଦିକ ଭବନରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନୂତନ ସଭାପତି ଭାବେ ରଜତ ପଟ୍ଟନାୟକ ଏବଂ ସମ୍ପାଦକ ଭାବେ ଅନୱର ଅଲ୍ଲୀ ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି l ଦୀର୍ଘ ବର୍ଷ ଧରି ସାମ୍ବାଦିକ ଭବନର ସଭାପତି ଥିବା ବୈଦ୍ୟଭୂଷଣ ମହାପାତ୍ରଙ୍କୁ ପରାଜିତ କରି ବିଜୟର ମୁକୁଟ ପିନ୍ଧିଛନ୍ତି ରଜତ ପଟ୍ଟନାୟକ l ସେହିପରି ସମ୍ପାଦକ ଭାବେ ନିହାର ରଞ୍ଜନ ପଟ୍ଟନାୟକଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଅନୱର ଅଲ୍ଲୀ l ଯୁଗ୍ମ ସମ୍ପାଦକ ଭାବେ ସନ୍ତୋଷ କୁମାର ନାୟକ ,ଉପସଭାପତି ପ୍ରଶାନ୍ତ କୁମାର ଜେନା,କୋଷାଧ୍ୟକ୍ଷ ବିଶ୍ୱଜିତ ନାୟକ ଭାବେ ନିର୍ବାଚିତ ହୋଇଛନ୍ତି l ସମଗ୍ର ନୟାଗଡ଼ ଜିଲ୍ଲାରେ ଏହି ନିର୍ବାଚନକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଥିଲା l କିଏ ବିଜୟର ମୁକୁଟ ପିନ୍ଧିବ ତାହା ଉପରେ ସମସ୍ତଙ୍କ ନଜର ଥିଲା l ସାମ୍ବାଦିକ ସଂଘରେ ଏହା ଏକ ଐତିହାସିକ,କାରଣ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ପୂର୍ବରୁ ନିର୍ବାଚନ ପଦ୍ଧତିରେ କାର୍ଯ୍ୟକର୍ତ୍ତା ଚୟନ ବିରଳ ଘଟଣା ଥିଲା l ଆଗକୁ ସାମ୍ବାଦିକ ସଂଘରେ ବ୍ୟାପକ ପରିବର୍ତ୍ତନ ହେବା ସହ ସାମ୍ବାଦିକଙ୍କ ସୁଖଦୁଃଖର ସାଥି ହେବା ନେଇ ଆଶା ରଖିଛନ୍ତି ସଭିଏଁ l

ad-week
Leave A Reply

Your email address will not be published.