ବିଶ୍ୱନାଥ ସ୍ୱାଇଁ ସ୍ମୃତି ସଂସଦ ପକ୍ଷରୁ ବରିଷ୍ଠ ନାଗରିକ ଓ କୃତୀ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା

kalipuja

ନାଚୁଣୀ : ଚିଲିକା ବ୍ଲକ୍‌ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ପ୍ରତିଷ୍ଠିତ ‘ବିଶ୍ୱନାଥ ସ୍ୱାଇଁ ସ୍ମୃତି ସଂସଦ’ ପକ୍ଷରୁ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବିଶ୍ୱନାଥ ସ୍ୱାଇଁଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ସ୍ୱର୍ଗତ ସ୍ୱାଇଁଙ୍କ ସୁପୁତ୍ର ତଥା ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୃଷ୍ଠପୋଷକତା ଏବଂ ଅନୁଷ୍ଠାନର ସ୍ଥାୟୀ ସଭାପତି ଡଃ ମଧୁସୂଦନ ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ନାଗରିକମାନଙ୍କୁ ଉତ୍ତରୀୟ ଓ ଶୀତବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସମାରୋହରେ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ ନଗରପାଳ ସୁବାସ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଏବଂ ସ୍ୱନାମଧନ୍ୟ ପ୍ରବକ୍ତା କିଶୋର ଚନ୍ଦ୍ର ଭଞ୍ଜ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଡାକ୍ତର ପ୍ରକାଶ ଚନ୍ଦ୍ର ନନ୍ଦ, ବଡ଼କୂଳ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରା, ବୋଲଗଡ଼ର ପ୍ରାକ୍ତନ ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା, ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ପ୍ରସନ୍ନ କୁମାର ଶ୍ରୀଚନ୍ଦନ, ବୋଲଗଡ଼ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶୈଲେନ ପଟ୍ଟନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା ଓ ପ୍ରଦୀପ କୁମାର ସୁନ୍ଦରାୟ, କ୍ଷେତ୍ରମୋହନ ରଣା, ବେଗୁନିଆ ଗ୍ରାମ୍ୟ କମିଟିର ସଭାପତି ମାୟାଧର ମାର୍ଥା, ଉପସଭାପତି ଅନ୍ତର୍ଯ୍ୟାମୀ ସାହୁ, ବେଗୁନିଆର ବିଶିଷ୍ଟ ସମାଜସେବୀ ଭବାନୀ ଶଙ୍କର ଜୟସିଂହ, ସାନପଦର ସ୍ଥିତ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ସାହୁ, ଦୁର୍ଗା ପ୍ରସାଦ ସୁବୁଦ୍ଧି, ଅସରଳା ସ୍ଥିତ ହରିହର ଉଚ୍ଚ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଭାଗବତ ପ୍ରସାଦ ପାଣ୍ଡେ, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ପ୍ରଧାନ ଶିକ୍ଷକ ଭିକାରୀ ପୃଷ୍ଟି, ପ୍ରାକ୍ତନ ଶିକ୍ଷକ ଭାଗିରଥି ସ୍ୱାଇଁ ଏବଂ ନାଚୁଣୀ ସ୍ଥିତ ଟ୍ୱିଟ୍ ବାର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସ୍ୱାଇଁଙ୍କର ସମାଜ ପ୍ରତି ଥିବା ଉଲ୍ଲେଖନୀୟ ଅବଦାନର ଗୁଣଗାନ କରିଥିଲେ।

ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ କ୍ରୀଡ଼ା, ଦଳୀୟ ଓ ଏକକ ନୃତ୍ୟ, କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୬ଟି ବିଦ୍ୟାଳୟର ୯୨ ଜଣ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ସାମ୍ବାଦିକ ପ୍ରଦୋଷ କୁମାର ଦାସ, ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ଶରତ ସ୍ୱାଇଁ ଓ ରାଜୀବ ପ୍ରଧାନ କାର୍ଯ୍ୟ ସମ୍ପାଦନ କରିଥିଲେ।

ପିଚୁକୁଳି ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ସ୍ୱର୍ଗତ ସ୍ୱାଇଁଙ୍କ ନାତି ସ୍ୱାଧୀନକେଶରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନରେ ବିଜୟ ସ୍ୱାଇଁ, ଫକୀର ସ୍ୱାଇଁ, ସଂଗ୍ରାମ ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ପ୍ରତାପ ଖୁଣ୍ଟିଆ, ମନୋଜ ବେହେରା ଓ ଉମାକାନ୍ତ ସ୍ୱାଇଁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.