ଆଜି ବି ବଞ୍ଚିଛି ମାନବିକତା : ରୋଗୀଙ୍କୁ ଫେରାଇଲେ ଟଙ୍କା ଓ ଜରୁରୀ କାଗଜପତ୍ର

add-all

ଫୁଲବାଣୀ:- ମାନବିକତା ଦେଖାଇଛନ୍ତି ରୋଗୀବୁହା ଯାନର କର୍ମଚାରୀ। ଭଲ ହୋଇ ଘରକୁ ଫେରି ଯାଇଥିବା ଜଣେ ବ୍ୟକ୍ତିଙ୍କୁ କର୍ମଚାରୀମାନେ ୬ ହଜାର ଟଙ୍କା ସହିତ ଘରର ସମସ୍ତ କାଗଜପତ୍ର ଓ ଅନ୍ୟ କେତେକ ସାମଗ୍ରୀ ଫେରାଇଛନ୍ତି। ଶୁକ୍ରବାର ଫୁଲବାଣୀ ଡାକ୍ତରଖାନା ପରିସରରେ କର୍ମଚାରୀ ମାନେ ଟଙ୍କା ସହିତ ଉକ୍ତ ଜିନିଷ ଫେରାଇଥିଲେ। ବୁଧବାର କନ୍ଧମାଳ ଜିଲା ବଲସକୁମ୍ପା ପଞ୍ଚାୟତ ଅନ୍ତର୍ଗତ ନୂଆସାହିର ଦେବାର୍ଜନା କୁଦେଇ ଫୁଲବାଣୀ ଆସି ୟୁକୋ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଗ୍ରାମକୁ ହାଟପଦା ରାସ୍ତାରେ ଯାଉଥିବା ବେଳେ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରେ ଥିବା କିଛି ବ୍ୟକ୍ତି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କର୍ମଚାରୀ ତାଙ୍କୁ ଉଦ୍ଧାର
କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।

ସେହି ସମୟରେ ଦେବାର୍ଜନାଙ୍କର ଚେତା ନଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ସେଠାରେ ପଡ଼ିଥିବା ଜିନିଷପତ୍ର ସେଠାରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା କନ୍ଧମାଳ ଜିଲା ମୁଖ୍ୟ ସୁନିଲ୍ କୁମାର ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ ।ଗୁରୁବାର ଦେବାର୍ଜନା ସୁସ୍ଥ ହୋଇ ନିଜ ଘରକୁ ଫେରିଯାଇଥିଲେ । ତେବେ ଉକ୍ତ ଆମ୍ବୁଲନ୍ସର କର୍ମଚାରୀ ମାନେ ଆଜି ଫୁଲବାଣୀ ଫେରିବା ପରେ ଦେବାର୍ଜନାଙ୍କୁ ତାଙ୍କର ବ୍ୟାଗ୍ ଫେରାଇବା ପାଇଁ ଖୋଜିଥିଲେ । ତେବେ ବ୍ୟାଗରେ ଟଙ୍କା ସହିତ ଜରୁରୀ କାଗଜ ପତ୍ର ରହିଥିବା ଜାଣିବା ପରେ ଦେବାର୍ଜନଙ୍କୁ ଡକାଇ ସେସବୁକୁ ଗାଡ଼ି ଚାଳକ ନୀଳ ମାଧବ ସାହୁ , ହେଲପର ଅର୍ଜୁନ ଜାନୀ ଓ ଫାର୍ମାସିଷ୍ଟ ଭବାନୀ ଶଙ୍କର ମହାକୁଡ଼ ପ୍ରମୁଖ ଫେରାଇଥିଲେ।

ad-week
Leave A Reply

Your email address will not be published.