ଆଉଟ ସୋରସିଂ ନିର୍ମଳ ପ୍ଲସ ଠିକା କର୍ମଚାରୀ ସଙ୍ଘର ବୈଠକ

add-all


ଫୁଲବାଣୀ:- ସ୍ଥାନୀୟ ସାମ୍ବାଦିକ ଭବନ ଫୁଲବାଣୀ ଠାରେ ଆଉଟ ସୋରସିଂ ନିର୍ମଳ ପ୍ଲସ ଠିକା କର୍ମଚାରୀ ସଙ୍ଘ,କନ୍ଧମାଳ ସଭାପତି ଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ରବିନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ତଥା ଜିଲ୍ଲା ହିନ୍ଦୁ ମଯଦୁର ସଭା ର ଆବାହକ ସତ୍ୟ ନାରାୟଣ ବେହେରା ପ୍ରେସ କ୍ଳବ ଫୁଲବାଣୀର ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,୪ର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘର ଉପଦେଷ୍ଟା ବାମେଶ୍ବର କଁହର, ୪ର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘର ନେତା ଚନ୍ଦ୍ର ମଣି ସାହୁ,ଅବସର ପ୍ରାପ୍ତ ୪ର୍ଥ ଶ୍ରେଣୀ କର୍ମଚାରୀ ତ୍ରିନାଥ ବେହେରା ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଉକ୍ତ ସାଧାରଣ ବୈଠକରେ ପ୍ରାୟ ୬୦ଉର୍ଦ୍ଧ୍ବ ଠିକା କର୍ମଚାରୀ ଉପସ୍ଥିତ ଥିଲେ।ସର୍ବ ସମ୍ମତି କ୍ରମେ ଜିଲ୍ଲାରେ ଥିବା ଡାକ୍ତରଖାନା,ଏନଏସି ପୌରପରିସଦ ଓ ବିଭିନ୍ନ ବିଭାଗରେ ଥିବା ଆଉଟ ସୋରସିଂଠିକା କର୍ମଚାରୀ ଓ ନିର୍ମଳ ପ୍ଲସ ଯୋଜନା ରେ କାର୍ଯ୍ୟରତ କର୍ମଚାରୀ ଭାଇ ମାନଙ୍କୁ ଏକତ୍ର କରି ସେମାନଙ୍କ ନାର୍ଯ୍ୟ ଦାବୀ ନିମନ୍ତେ ସରକାର ଙ୍କୁ ଜଣେଇବାକୁ ଓ ଶ୍ରମିକ ନେତା ଶ୍ରୀ ବେହେରା ଏହାର ଦାୟିତ୍ୱ ନେବାକୁ ମତ ପ୍ରକାଶ ପାଇ ଥିଲା।ସମାନ କାମକୁ ସମାନ ପାରିଶ୍ରମିକ, ବାର୍ଷିକ ୧୨ଦିନ ଛୁଟି ଦିଆଯିବାକୁ ଅନୁରୋଧ କରାଯିବାକୁ ସ୍ଥିର କରାଯାଇ ସରକାର ଙ୍କୁ ଅବଗତ କରିବାକୁ ଏବଂ କାହାରିକୁ ଛଟେଇ କରା ନଯିବାକୁ ଜିଲ୍ଲାପାଳ ଙ୍କୁ ସିଡିଏମଓଙ୍କୁ ଜଣା କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ମୁଖ୍ୟ ଅତିଥି ସର୍ଵ ପ୍ରଥମେ ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ପାଳଙ୍କ ଦୃଷ୍ଟି ନିଆଯାଇ କିପରି ନିୟମିତ କାର୍ଯ୍ୟ କରିପାରିବେ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇ ହିନ୍ଦୁ ମଜଦୂର ସଭା ସବୁବେଳେ ସାଙ୍ଗରେ ଥିବ ବୋଲି କହିଥିଲେ।ସଭାରେ ପ୍ରଦୀପ ବେହେର, ବିଶ୍ୱ ଭୂଷଣ ବେହେରା,ବାଲ୍ମୀକି କଁହର, ଅଶ୍ୱିନୀ ମୁଖୀ, ଜିତୁ କଁହର, ବାବୁଲା ମୁଖି, ସବିତ୍ରୀ ବେହେରା, ଉମା ମୁଖୀ, ରଶ୍ମିତା ମୁଖୀ,ପୁଷ୍ପା ମୁଖୀ, ଶ୍ରୀବଛ କଁହର ପ୍ରମୂଖ ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.