ବିଭିନ୍ନ ମାମଲାରେ ନଅଜଣଙ୍କୁ କୋର୍ଟ ଚାଲାଣ

add-all

ଚିକିଟି : ଗଞ୍ଜାମ ଜିଲ୍ଲା ମାରାଇନ ଥାନା ପୋଲିସ ବିଭିନ୍ନ ମାମଲାର ନଅ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ବହୁ ଚର୍ଚ୍ଚିତ ପାଟି ସୁନପୁର ଜାଲ ପୋଡି ମାମଲା ରେ ଦୁଇ ମୁଖ୍ୟ ଅଭିଯୁକ୍ତ ବି. କୋଟେଷୁ,ରଙ୍କନିଧି ପଲେଇ ଦୀର୍ଘ ଦିନ ହେଲା ଫେରାର ଥିଲେ।ପୋଲିସ ତାଙ୍କୁ କାବୁ କରିଥିବା ବେଳେ w. ଜନାର୍ଦ୍ଦନ ଏ ଯାବତ ଫେରାର ଅଛନ୍ତି।ସେହିପରି ପାଟି ସୁନପୁର ରେ ନିର୍ବାଚନି ଗଣ୍ଡଗୋଳ ମାମଲାରେ ଏରୟା ଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଅନ୍ୟ ପକ୍ଷରେ ନିର୍ବାଚନ ସରିବା ପରେ ସୁନପୁର ଠାରେ ଗଣ୍ଡଗୋଳ କରିବା ଘଟଣା ରେ ଗୋବିନ୍ଦ ବେହେରା, ଦୟାନିଧି ବେହେରା, ଦିଲୀପ ମାଲି, ବିପିନ ନାୟକ, ସଦାସୀବ ନାୟକ, ଦିବାକର ନାୟକ ପ୍ରମୁଖ ଙ୍କୁ ଗିରଫ କରିଛି ପୋଲିସ।

ad-week
Leave A Reply

Your email address will not be published.