ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଧୀନ ୧୧ନଂ ଜୋନ ଜିଲାପରିଷଦରେ ବିଜେଡି, ବିଜେପି, କଂଗ୍ରେସ ଓ ଆପ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରଚାର ହେଉଛି । ଦାରିଙ୍ଗବାଡ଼ି ବ୍ଳକ ୨୫ଟି ପଞ୍ଚାୟତକୁ ନେଇ ୨ଟି ଜିଲା ପରିଷଦ ଜୋନ ଗଠିତ ହୋଇଛି। ମାତ୍ର ୧୦ନଂ ଜୋନ୍ ୧୨ଗୋଟି ପଞ୍ଚାୟତକୁ ନେଇଁ ଗଠିତ ହୋଇଥିବା ବେଳେ, ୧୩ ଗୋଟି ଗ୍ରାମ ପଞ୍ଚାୟତକୁ ନେଇଁ ଵ୍ରହ୍ମଣୀଗାଁ ୧୧ନଂ ଜିଲା ପରିଷଦ ଜୋନ ଗଠିତ ହୋଇଛି। ଆଜି ଵ୍ରହ୍ମଣୀଗାଁରେ ହାଟ ବାରି ଥିବାରୁ ଵ୍ରହ୍ମଣୀଗାଁ ବଜାର ସହିତ ଵ୍ରହ୍ମଣୀଗାଁ ଅଞ୍ଚଳରେ ୩ପ୍ରମୁଖ ରାଜନୈତିକ ଦଳର ପ୍ରଚାର ସରଗରମ ଦେଖିବାକୁ ମିଳିଛି। ହେଲେ ଆପ ଦଳର ପାର୍ଥିବି ପ୍ରଚାରରେ ପଛରେ ରହିନାହିଁ। ଆଜି କଂଗ୍ରେସ ଦଳର ରାଜ୍ୟ ସ୍ତରୀୟ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଦଳୀୟ ପାର୍ଥିଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟରଙ୍କୁ ନିବେଦନ କରିବା ସହିତ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେଉଁ ଭଳି ସାଧାରଣ ଜନତାଙ୍କୁ ଭୁଆଁ ବୁଲେଇ ଚାଲିଛନ୍ତି ନିଜ ବକ୍ତବ୍ୟରେ ରଖିଥିଲେ। ଶ୍ରୀଯୁକ୍ତ କାନୁନଗୋଙ୍କ ସହିତ ପ୍ରଭାରୀ ବିସ୍ମୟ ମହାପାତ୍ର, ରାଜ୍ୟ ସମ୍ପାଦକ ଅମିୟ ପାଣ୍ଡବ, ଜିଲା ସଭାପତି ଅନାମ ନାୟକ, ନୂତନ ଭାବେ କଂଗ୍ରେସରେ ଯୋଗ ଦେଇଥିବା ଆୟକର ବିଭାଗ ଅଧିକାରୀ ଅମୀର ଚାନ୍ଦ ନାୟକ, ସମିତି ଅଧ୍ୟକ୍ଷା ରୁଦାମଲିକ, ଦାରିଙ୍ଗବାଡି ବ୍ଲକ ସମ୍ପାଦକ ଶରତ ବଳିୟାରସିଂ, ବ୍ରାହ୍ମଣୀଗାଁ ପଞ୍ଚାୟତ କଂଗ୍ରେସ ସଭାପତି ମାରିଆନ ସିଂ ପ୍ରମୁଖ ଉପସ୍ଥିତ ରହି ଜିଲା ପରିଷଦ ପାର୍ଥି ଦୀପିକା ମାଝୀଙ୍କୁ ବହୁସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ସଭା ଓ ରାଲି କରି ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି। ଜିଲା ପରିଷଦ ପାର୍ଥି ଦୀପିକା ମାଝୀଙ୍କ ପ୍ରଚାର ପାଇଁ ଏହି ଦଳ ଉପାନ୍ତ ଅଞ୍ଚଳରେ ଥିବା ଗ୍ରାମ ପଞ୍ଚାୟତ ଅଧିନସ୍ତ ଗାଁ ଗୁଡିକରେ ପହଞ୍ଚି ଥିବା ଖବର ହସ୍ତଗତ ହୋଇଛି।
