କୁଟ୍ରିଖୋଲରେ ଜଳିଗଲା ଘର, ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

add-all

ଟିକାବାଲି,(20/03) : ଟିକାବାଲି ଥାନା ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ର କୁଟ୍ରିଖୋଲ ଗ୍ରାମର ରାଘବ କହଁର ନାମକ ବ୍ୟକ୍ତିଙ୍କର ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ସମ୍ପୂର୍ଣ ଜଳି ନଷ୍ଟ ହୋଇ ଯାଇଛି | ସୂଚନା ଅନୁଯାୟୀ ଦିନ 10ଘଣ୍ଟିକା ସମୟରେ କାଠ ଚୁଲିରେ ରୋଷେଇ କରିବା ସମୟରେ ଅଚାନକ ଭାବରେ ନିଆଁ ଚାଳ ଉପରକୁ ଯାଇ ଥିଲା |ଘରଟି ଦୁଇ ବଖରା ର ଛଣ, ଚାଳ ଛପର ହୋଇ ଥିବାରୁ ଶୀଘ୍ର ଶୀଘ୍ର ଘର ଚାରିପଟେ ବ୍ୟାପି ଯାଇଥିଲା ଓ ଗାଁ ଲୋକ ମାନଙ୍କ ଦ୍ଵାରା ନିଆଁ କୁ ଆୟତ୍ତ କରିବା ସମ୍ଭବ ହୋଇ ପାରିନଥିଲା | ଫୋନ କରିବା ପରେ ତୁରନ୍ତ ଟିକାବାଲି ଅଗ୍ନିଶମ ବାହିନୀ ମୁଖ୍ୟ ଧବଳେଶ୍ୱର ପ୍ରଧାନ ଙ୍କ ନେତୃତ୍ୱ ରେ ସହଯୋଗୀ ମହେଶ୍ୱର ପ୍ରଧାନ, ଫାଈର ମ୍ୟାନ ସନ୍ତୋଷ କୁମାର ନାୟକ, ଜଗନ୍ନାଥ ବିଶ୍ୱାଳ, ସୁନୀଳ କୁମାର ସାମର୍ଥ,ଶିଶିର କୁମାର କର, ଜନକ ବେହେରା ଘଟଣା ସ୍ଥଳରେ ପହଞ୍ଚି ବହୁତ ପରିଶ୍ରମ କରି ନିଆକୁ ଆୟତ୍ତ କରିଥିଲେ କିନ୍ତୁ ସେହି ପର୍ଯ୍ୟନ୍ତ ଦୁଇ ବଖରା ଘର ସମେତ ଘରେ ଥିବା ବର୍ଷକର ଖାଦ୍ୟ ପାଇଁ ରଖିଥିବା ଧାନ,ବିହନ ଓ ଆସବାବ ପତ୍ର ସମେତ 40 ହଜାର ରୁ ଅଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ ଯାଇଛି | କୌଣସି ସୂତ୍ରରୁ ଖବର ପାଇ ଟିକାବାଲି ତହସିଲଦାର ଶ୍ରୀ ବିସିକେଶନ ପ୍ରଧାନ କ୍ଷତି ହୋଇ ଥିବା ପରିବାର ଙ୍କୁ ଜରୁରୀ କାଳୀନ ସହାୟତା ହିସାବରେ ଖଣ୍ଡିଏ ପଲିଥିନ ଦେବା ସହିତ ସ୍ଥାନୀୟ କଇଁଝର ରାଜସ୍ବ ନିରୀକ୍ଷକ ଙ୍କୁ କ୍ଷୟ କ୍ଷତି ର ଆକଳନ ପାଇଁ ନିର୍ଦେଶ ଦେଇଛନ୍ତି ଓ କ୍ଷୟ କ୍ଷତିର ରିପର୍ଟ ଆସିଲା ପରେ କ୍ଷତି ହୋଇଥିବା ପରିବାର ଙ୍କୁ ସହାୟତା ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି |

ad-week
Leave A Reply

Your email address will not be published.