ଓଡ଼ିଆ ବିଭାଗର ଆଲୋଚନାଚକ୍ର

add-all


ଚିକିଟି : ଚିକିଟି ମହାବିଦ୍ୟାଳୟ ପରିସରରେ ସ୍ନାତକୋତ୍ତର ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଏକ ପାଠଚକ୍ର ଅଧକ୍ଷ ଡ଼. ଭବାନି ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉଦଘାଟନୀ ଭାଷଣରେ ଶ୍ରୀ ପଣ୍ଡା ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଜାତିର ଗୌରବ ମଧୁସୂଦନଙ୍କୁ ଆଧାର କରି ଏକ ଉପାଦେୟ ବକ୍ତବ୍ୟ ରଖିଥିଲେ।

ଓଡ଼ିଆ ବିଭାଗ ମୁଖ୍ୟ ଡ଼.ସଞ୍ଜୟ କୁମାର ପଣ୍ଡା ପାଠଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହ ବିଦ୍ୱତ୍ତାର ମୂଳ ହେଲା ଅଧ୍ୟବସାୟ ତେଣୁ ଛାତ୍ରଛାତ୍ରୀଙ୍କୁ ଅଧ୍ୟବସାୟ କରିବା ପାଇଁ ଆହ୍ୱାନ ଦେଇଥିଲେ।। ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ଚିକିଟି ମହାବିଦ୍ୟାଳୟର ଅତିଥି ଅଧ୍ୟାପକ ବରିଷ୍ଠ ଡ଼. ଅଲେଖ ଚନ୍ଦ୍ର ପ୍ରଧାନ ଦୁଇଟି ଅଧିବେଶନରେ ପଠିତ ହୋଇଥିବା ୧୬ଗୋଟି ପ୍ରବନ୍ଧର ସମୀକ୍ଷା କରିଥିଲେ।

ଅଧ୍ୟାପକ ପ୍ରକାଶ ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ସ୍ଥଳେ ଅଧ୍ୟାପକ ଡ଼.ବିଶ୍ୱନାଥ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ।ମୁଖ୍ୟ କିରାଣୀ ଶ୍ରୀ ନରସିଂହ ପଟ୍ଟନାୟକ ଏବଂ ସ୍ନାତକୋତ୍ତରର ସମସ୍ତ ଛାତ୍ରଛାତ୍ରୀ ମାନେ ପାଠଚକ୍ରକୁ ସଫଳ କରିବାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.