ଟିକାବାଲି ଏଏମସିଏସ କଲେଜରେ ଆତ୍ମାରକ୍ଷା ଶିବିର ଉଦଘାଟିତ

add-all


ଟିକାବାଲି (25/03) : ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅଧକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି |ଶଙ୍କରାଖୋଲ ମହାବିଦ୍ୟାଳୟର ଅଧକ୍ଷ ଏବଂ ଜିଲ୍ଲା ନୋଡାଲ ଅଫିସର ଡ଼ଃ ସୁଶାନ୍ତ କୁମାର ପ୍ରଧାନ, ଟିକାବାଲି ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ସ୍ୱାଇଁ, ଆତ୍ମରକ୍ଷା ପ୍ରଶିକ୍ଷଣ ର ଜିଲ୍ଲା ସଂଜଯୋକ ଶିବ ପ୍ରସାଦ ବେହେରା, ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ, ଟିକାବାଲି ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ କୁନ୍ଦୁରୁ ମଲ୍ଲିକ ଅତିଥି ଭାବରେ ଯୋଗ ଦେଇ ଆତ୍ମରକ୍ଷା ପ୍ରଶିକ୍ଷଣ ଛାତ୍ରୀ ମାନଙ୍କୁ ସୁରକ୍ଷା ଦେଇ ପାରିବ ଏବଂ ଏହି ଶିକ୍ଷା ଛାତ୍ରୀ ମାନଙ୍କ ଶାରୀରିକ ଏବଂ ମାନସିକ ସ୍ତରରେ ସୁଦୃଢ଼ କରିପାରିବ ବୋଲି ମତ ଦେଇ ଥିଲେ |ମହାବିଦ୍ୟାଳୟ ର ଆତ୍ମ ରକ୍ଷା ପ୍ରଶିକ୍ଷଣ ର ସଂଯୋଜକ ଅଧ୍ୟାପକ ନରେନ୍ଦ୍ର ଦିଗାଳ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ |ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ବନମାଳୀ ବେହେରା ନାରୀ ସୁରକ୍ଷିତ ରହି ପାରିଲେ ଦେଶ ସୁରକ୍ଷିତ ରହି ପାରିବ ବୋଲି ମତ ଦେଇ ଥିଲେ |

ଅଧ୍ୟାପକ ସନ୍ତୋଷ ତ୍ରିପାଠୀ, ସରୋଜ ପ୍ରଧାନ, ଅଧ୍ୟାପିକା ନିବେଦିତା ଭୋଇ, ସଂଘମିତ୍ରା ଦାସ, ଶ୍ରଦ୍ଧାଞ୍ଜଳି ଦାସ, ସୁକୁମାରୀ ପ୍ରଧାନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଶେଷରେ ମାଷ୍ଟର ଟ୍ରେନର ଛାତ୍ରୀ ଅଞ୍ଜଳି କହଁର, ପ୍ରବୀଣି ସାହୁ ଜ୍ୟୋତିର୍ମୟୀ ପ୍ରଧାନ, ମନ୍ଦଦରୀ ସାହୁ ପ୍ରଶିକ୍ଷଣ ର କେତୋଟି କୌଶଳ ରେ ପ୍ରଦର୍ଶନ କରିଥିଲେ |ଏହି କାର୍ଯ୍ୟକ୍ରମ ରେ 160 ଯୁକ୍ତ ଦୁଇ ଶ୍ରେଣୀ ଛାତ୍ରୀ ମାନେ ଯୋଗ ଦେଇଥିଲେ |

ad-week
Leave A Reply

Your email address will not be published.