ଟିକାବାଲି ରେ ନିଯୁକ୍ତିଭିତ୍ତିକ କର୍ମଶାଳା ଅନୁଷ୍ଠିତ

add-all

ଟିକାବାଲି (25/03) : ଟିକାବାଲି ବ୍ଲକ ପରିସର ରେ ଓଡିଶା ଜୀବିକା ମିଶନ (ଓ ଏଲ ଏମ ) ଓ ଅରମାସ ର ମିଳିତ ଉଦ୍ୟମ ରେ ଆର୍ଥିକ ବର୍ଷ 2021-22 ପାଇଁ ଏକ ନିଯୁକ୍ତି ଭିର୍ତ୍ତିକ କର୍ମ ଶାଳା ଅନୁଠିତ ହୋଇଯାଇଛି | ଉକ୍ତ କର୍ମ ଶାଳା ରେ ଟିକାବାଲି ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀ ଫକୀର ଚରଣ ପରିଡା ମୁଖ୍ୟ ଅତିଥିଭାବରେ କାର୍ଯ୍ୟକ୍ରମ କୁ ଅନୁଠାନଭାବେ ଉଦଘାଟନ କରିଥିବା ବେଳେ ଟିକାବାଲି ବ୍ଲକ ଓଡ଼ିଶା ଜୀବିକା ମିଶନ ବ୍ଲକ ସଂଯୋଜକ ଶ୍ରୀ ଭାଗ୍ୟରଥୀ ପୃଷ୍ଟି ପରିଚାଳନା କରିଥିଲେ | କାର୍ଯ୍ୟକ୍ରମ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କନ୍ଧମାଳ ଓ ଅରମାସ ତରଫରୁ ଜିଲ୍ଲା ସଂଯୋକ ଶ୍ରୀ ଭବାନୀ ଶଙ୍କର ଦାଶ, ପିଏ ଶ୍ରୀ ଶୀତାରାମ କାର୍ଜି ଓ ପି ଆଇ ଏ ର ପ୍ରତିନିଧି ଉପସ୍ଥିତ ଥିଲେ ଉକ୍ତ କାର୍ଯ୍ୟକ୍ରମ ରେ 11ଟି ପଞ୍ଚାୟତ ରୁ ସି ଆର ପି,ଏମ.ବି.କେ ମାନଙ୍କ ଦ୍ୱାରା 178 ଜଣ ପାର୍ଥି ଯୋଗ ଦେଇଥିଲେ ଓ 87 ଜଣ ବିଭିନ୍ନ ପି.ଆଇ.ଏ ସହ ଟ୍ୟାଗ ହୋଇ ବିଭିନ୍ନ ଟ୍ରେନିଂ ଯିବା ପାଇଁ ସ୍ଥିର ହୋଇଥିବା ଓଡିଶା ଜୀବିକା ମିଶନ ବି. ପି.ଏମ ଭାଗିରଥି ପୃଷ୍ଟି ସୂଚନା ଦେଇଛନ୍ତି |
ଆକୁଳାନନ୍ଦ ଦିଗାଳ, ଟିକାବାଲି

ad-week
Leave A Reply

Your email address will not be published.