କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ସାଧବାଣୀ ନାୟକ

add-all


କନ୍ଧମାଳ : କନ୍ଧମାଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ବିଜୁ ଜନତା ଦଳର ସାଧବାଣି ନାୟକ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସାଧବାଣୀ ଟିକାବାଲି ବ୍ଲକ ଗଦଗୁଡା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ସ୍ଥାନୀୟ ଅଞ୍ଚଳର ବହୁ ଉନ୍ନତି ମୂଳକ କରିଛନ୍ତି । ଏଵେ ସେ ଟିକାବାଲି ୨ ନମ୍ବର ଜୋନରୁ ଜିଲ୍ଲାପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଛନ୍ତି l ତାଙ୍କ ଯୋଗ୍ୟତା, କାର୍ଯ୍ୟଦକ୍ଷତା, ଜନସଂପର୍କ, ସେବା ମନୋଭାବ, ସହନଶୀଳତା ପାଇଁ ତାଙ୍କୁ ଦଳ ଉପାଧ୍ୟାକ୍ଷା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଶେଷରେ ସାଧବାଣୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି l ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଅଚ୍ୟୁତ ସାମନ୍ତ ଓ ବିଧାୟକଙ୍କ ପରାମର୍ଶ କ୍ରମେ ସାଧବାଣୀଙ୍କୁ ଦଳ ସର୍ବସମ୍ମତି କ୍ରମେ ପ୍ରାର୍ଥୀ କରିଥିଲା। କନ୍ଧମାଳ ଜ଼ିଲ୍ଲାର ଉନ୍ନତି ସହ ଗରୀବ ଆଦିବାସୀ ଲୋକେ ଯେପରି ସରକାରୀ ସୁବିଧା ପାଇବେ ସେଥିପାଇଁ ସବୁବେଳେ ଦୃଷ୍ଟି ଦେବେ ବୋଲି ନବନିର୍ବାଚିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ କହିଛନ୍ତି।

ସାଧବାଣୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ନିର୍ବାଚିତ ହେବାପରେ ଟିକାବାଲି ଓ ଜି. ଉଦୟଗିରି ଅଞ୍ଚଳରେ ବିଜେଡି ଅଧିକ ଶକ୍ତିଶାଳୀ ହେଵ ବୋଲି ବିଜେଡି ନେତାମାନେ କହିଛନ୍ତି l ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ପିଡିଡିଆରଡିଏ ବିଶ୍ୱ ରଞ୍ଜନ ନାୟକ ନିର୍ବାଚନ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ରାଜ ମନ୍ତ୍ରୀ ତଥା ପ୍ରଭାରୀ ପ୍ରତାପ ଜେନା, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି. ଉଦୟଗିରି ବିଧାୟକ ସାଲୁଜା ପ୍ରଧାନ, ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସହିତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.