ସରିଲା ପୌର ନିର୍ବାଚନ ର ଫଳାଫଳ ମାଲକାନଗିରି ପୌର ବିଜେଡି ହାତେଇଥିବା ବେଳେ ବାଲିମେଳା ଏନ ଏ ସି ହାତେଇଲା ବିଜେପି

add-all

ମାଲକାନଗିରି ୨୬/୦୩ ପଞ୍ଚାୟତ ନିର୍ବାଚନ ପରେ ଆରମ୍ଭ ହୋଇଥିଲା ପୌର ନିର୍ବାଚନ । ମାଲକାନଗିରି ଜିଲ୍ଲାରେ ଗୋଟିଏ ପୌର ପରିଷଦ ଓ ଗୋଟେ NAC ରେ ହୋଇଥିଲା ନିର୍ବାଚନ ।ନିର୍ବାଚନ ଅଧିକାରୀଙ୍କ ତାରିଖ ଅନୁଯାୟୀ 24 ତାରିଖରେ ହୋଇଥିଲା ନିର୍ବାଚନ । ତେବେ ଆଜି ପୌର ନିର୍ବାଚନର ଫଳାଫଳ ବାହାରିଥିଲା । ଏହି ନିର୍ବାଚନରେ ମାଲକାନଗିରି ମୁନସିପାଲଟିରେ ବିଜେଡି ପ୍ରାଥୀ ବିଜୟୀ ହୋଇଥିବା ବେଳେ । ବାଲିମେଳା ଏନଏସି ରେ ବିଜେପି ପ୍ରାଥୀ ବିଜୟୀ ହୋଇଛନ୍ତି । ମାଲକାନଗିରି ପୌର ପରିଷଦ ର 19 ଗୋଟି ୱାର୍ଡରେ 5 ଗୋଟି ୱାର୍ଡ ରେ କଂଗ୍ରେସର ପ୍ରାଥି ବିଜୟ ହୋଇଥିବା ବେଳେ 14 ଗୋଟି ୱାର୍ଡରେ ବିଜେଡି ପାର୍ଥି ବିଜୟ ହୋଇଛନ୍ତି। ପୌର ପରିଷଦ ଅଧକ୍ଷ ଭାବରେ ବିଜୁ ଜନତା ଦଳ ପାର୍ଥି ମନୋଜ କୁମାର ବାରିକ ଜୟଯୁକ୍ତ ହୋଇଛନ୍ତି। ସେହିପରି ବାଲିମେଳା ଏନ ଏ ସି ରେ ବିଜେପି ପାର୍ଥି ପ୍ରଦୀପ କୁମାର ନାୟକ ଜୟଯୁକ୍ତ ହୋଇଛନ୍ତି। ତେବେ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ଏହି ଦୁଇ ବିଜେତା ପାର୍ଥି ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.