ଚିକିଟି – ପୌର ପରିଷଦ ନିର୍ବାଚନ ଗଣନା ପରେ ଚିକିଟି ଏନଏସି ର ଅଧକ୍ଷା ଭାବେ ବିଜେଡ଼ି ପାର୍ଥୀନି ଦୀପା କୁମାରୀ ସାହୁ ବିପୁଳ ପରିମାଣରେ ବିଜୟୀ ହୋଇଛନ୍ତି। ତାଙ୍କୁ ପ୍ରତିଦ୍ବନ୍ଦିତା କରୁଥିବା ବିଜେପିର ପୁଷ୍ପାଞ୍ଜଳି ସେଠି ମୋଟ ୮୯୮ ଖଣ୍ଡ ଭୋଟ ପାଇଥିବା ବେଳେ ଦୀପା କୁମାରୀ ୬୭୨୫ ଖଣ୍ଡ ଭୋଟପାଇ ୫୮୨୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଚିକିଟି ଏନଏସି ର ୧୨ଟି ୱାର୍ଡ ମଧ୍ୟରୁ ୫ଟି ୱାର୍ଡ ଅପ୍ରତିଦ୍ବନ୍ଦୀ ଭାବେ ୪ ନମ୍ବର ୱାର୍ଡରୁ ସୁକାନ୍ତି ବେହେରା ୫ ନମ୍ବର ୱାର୍ଡରୁ ତପନ ବେହେରା ୬ ନମ୍ବର ୱାର୍ଡରୁ ଅନିତା ସାହୁ ୭ ନମ୍ବର ୱାର୍ଡରୁ ମଲୀ ବେହେରା ଏବଂ ୯ ନମ୍ବର ୱାର୍ଡରୁ ସବିତା ପାତ୍ର ଵିଜୟ ଲାଭ କରିଥିବା ବେଳେ ଆଜି ୧ ନମ୍ବର ୱାର୍ଡରୁ ଦେବେନ୍ଦ୍ର ବେହେରା ୨ ନମ୍ବର ୱାର୍ଡରୁ ବିଶ୍ୱଜିତ ମହାପାତ୍ର ୩ ନମ୍ବର ୱାର୍ଡରୁ ଦୁର୍ଗା ପ୍ରସାଦ ଦେଓ ୮ ନମ୍ବର ୱାର୍ଡରୁ ମିତାଞ୍ଜଳି ସାହୁ ୧୦ ନମ୍ବର ୱାର୍ଡରୁ ତ୍ରିନାଥ ବେହେରା ୧୧ ନମ୍ବର ୱାର୍ଡରୁ ଶିବାନି ବେହେରା ଏବଂ ୧୨ ନମ୍ବର ୱାର୍ଡରୁ ଯୁର ବେହେରା ବିପୁଳ ପରିମାଣ ଭୋଟରେ ବିଜୟ ଲାଭ କରିଛନ୍ତି। ତାଙ୍କର ଏହି ବିଜୟରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଗାମୀ ଦିନରେ ନବୀନ ସରକାରଙ୍କ ଉନୟନ ମୂଳକ ଯୋଜନାକୁ ଲୋକାଭିମୁଖୀ କରିବା ସହିତ ସ୍ଥାନୀୟ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଉଷାଦେବୀ ଙ୍କ ନେର୍ତୁତ୍ୱରେ ଚିକିଟି ଏନଏସି କୁ ଏକ ନମ୍ବର ଏନଏସି ଗଢ଼ି ତୋଳିବା ପାଇଁ ଅଧକ୍ଷା ଶ୍ରୀମତୀ ଦୀପା କୁମାରୀ ମତ ପ୍ରକାଶ କରିଛନ୍ତି। ଏବଂ ତାଙ୍କ ଉପରେ ବିଶ୍ୱାସ ଓ ଭରସା ରଖି ତାଙ୍କୁ ବିପୁଳ ପରିମାଣରେ ବିଜୟୀ ଲାଭ କରାଇ ଥିବାରୁ ଏନଏସି ର ସମସ୍ତ ଭୋଟର ମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହାର ଶ୍ରେୟରେ ସେ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ତଥା ବିଧାୟିକା ଶ୍ରୀମତୀ ଉଷାଦେବୀଙ୍କୁ ଏବଂ ପ୍ରଚାର ମଙ୍ଗ ଧରିଥିବା ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ ଓ ବରିଷ୍ଠ ସଂଗଠକ ସୁରେନ୍ଦ୍ର ମଣ୍ଡଳଙ୍କୁ ଦେବା ସହ ସମସ୍ତ ଦଳୀୟ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
