ଦୁଇଦିନିଆ ଭାରତ ବନ୍ଦ ପାଇଁ ଡାକରା ଦେଲେ ବିଭିନ୍ନ ଟ୍ରେଡ଼ ୟୁନିୟନ…

add-all

ରାଉରକେଲା : କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି କୁ ବିରୋଧ କରି ଦେଶର ୧୦ଟି ଟ୍ରେଡ଼ ୟୁନିୟନ ପକ୍ଷରୁ ଦୁଇଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତାକାଲି ଠାରୁ ୨୮ ଏବଂ ୨୯ ତାରିଖ ଦୁଉଦିନ ବନ୍ଦ ଡାକରା ଯୋଗୁଁ ବିଭିନ୍ନ କ୍ଷତ୍ରରେ ଦିଆଯାଉଥିବା ସେବା ଗୁଡିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅହେତୁକ ଦର ବୃଦ୍ଧି , ବୀମା ଜମା ଉପରେ ସୁଧ ହାରରେ ହ୍ରାସ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ବାମ ଦଳ ସମେତ କଂଗ୍ରେସ ର ସମସ୍ତ ଟ୍ରେଡ଼ ୟୁନିୟନ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛନ୍ତି। ବନ୍ଦ ଡାକରା ଯୋଗୁଁ ବ୍ୟାଙ୍କ ସେବା , ବୀମା କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ରହିଛି। ପେଟ୍ରୋଲ ପମ୍ପ , ବସ ଏବଂ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ରାଉରକେଲା ରେ ରବିବାର ସନ୍ଧ୍ୟାରେ ବିଭିନ୍ନ ଟ୍ରେଡ଼ ୟୁନିୟନ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ବାହାର କରାଯାଇ ବନ୍ଦ କୁ ସମର୍ଥନ ଦେବାକୁ ନିବେଦନ କରାଯାଇଥିଲା। ବନ୍ଦ ଡାକରା ପରିପ୍ରେକ୍ଷୀରେ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ad-week
Leave A Reply

Your email address will not be published.