ବେସାହାରାର ସାହାରା ପାଲଟିଛି ଟିମ ହ୍ୟୁମାନିଟି…

add-all

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଟିମ୍ ହ୍ୟୁମାନିଟି ବେସାହାରାର ସାହାରା ପାଲଟିଛି ଟିମ ହ୍ୟୁମାନିଟି ବୋଲି ଚର୍ଚ୍ଚା ହେଉଛି ସମଗ୍ର ଅଞ୍ଚଳରେ। କନ୍ଧମାଳ ଜିଲ୍ଲାରେ ବିଶେଷ କରି ଫୁଲବାଣୀ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି। ଅସହାୟ ବେସାହାରାଙ୍କ ପାଖରେ ପହଞ୍ଚି ନିଜର ଧର୍ମ,ସେବା କରି ଚାଲିଛି। ଗତ କିଛିଦିନ ତଳେ ଟିମ୍ ତରଫରୁ ଫୁଲବାଣୀ ସହରରେ ବୁଲୁଥିବା ମାନସିକ ବିକାରଗ୍ରସ୍ତଙ୍କ ସଫାସୁତୁରା କାର୍ଯ୍ୟକ୍ରମ କରାଯାଇଥିଲା। ସେଥି ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଅତିତରେ ସଡ଼କ ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଥିଲା। ଟିମ୍ ସଦସ୍ୟ ତୁରନ୍ତ ମେଡ଼ିକାଲ ନେଇ ତାଙ୍କର ଚିକିତ୍ସା କରେଇଥିଲେ। ପରେ ସେ ସୁସ୍ଥ ହୋଇ ସହରରେ ବୁଲୁଥିଲେ। ଆଜି ହଠାତ୍ ସକାଳୁ ସେହି ବ୍ୟକ୍ତି ବଜାର ଏସବିଆଇ ବ୍ୟାଙ୍କ ସାମ୍ନାରେ ଅଚେତ ଅବସ୍ଥାରେ ପଡିଥିଲେ। ଟିମ୍ ସଦସ୍ୟ ଏହି ଖବର ପାଇବା କ୍ଷଣି ଆସି କିଛି ପଦକ୍ଷେପ ନେବା ବେଳକୁ ସେ ମୃତ ବୋଲି ଜଣା ପଡ଼ିଥିଲା। ସେବା କରିଥିବା ସେହି ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ଟିମ୍ ଦୁଃଖ ପ୍ରକାଶ କରିଛି ଏବଂ ଟିମର ଆବାହକ ଭି ଲୋକନାଥ ରାଜୁଙ୍କ ନେତୃତ୍ୱରେ ଟିମ୍ ସଦସ୍ୟ ଭି.ଜଗନ୍ନାଥ ରାଜୁ , ସାଇ ରାମ ପାତ୍ର , ସାଇପ୍ରସାଦ ପାଢ଼ୀ , ଅସିତ ମେକପ , ପ୍ରଫୁଲ କୁମାର ପୃଷ୍ଟି , ଏସ କେ ସାକୀର , ହିମାଂଶୁ ନାୟକ , ରାଜୀବ ଲୋଚନ ପଟ୍ଟନାୟକ ,ଅମର ଜ୍ୟୋତି ପ୍ରଧାନ ଓ ଟାଉନ୍ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମୃତ ଶରୀରକୁ ମେଡିକାଲ ନେଇ ପୋଷ୍ଟପାର୍ଟମ କରାଇ ଶବ ଘରେ ମୃତ ଶରୀରକୁ ସଂରକ୍ଷିତ ରଖାଗଲା।

ad-week
Leave A Reply

Your email address will not be published.