ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଜଣେ ବନ କର୍ମଚାରୀ ଗୁରୁତର…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୀଆମୁଣ୍ଡାରେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିବା ଶୁଣିବାକୁ ମିଳିଛି ।ସୂଚନା ଅନୁସାରେ ସାଡୀଙ୍ଗିଆ ପଂଚାୟତର କୀଆମୁଣ୍ଡା ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ଏଗାରଟା ବେଳେ ଫରେଷ୍ଟର ବ୍ରଜ ସୁନ୍ଦର ଦାସଙ୍କ ନେତୃତ୍ୱରେ ଯାଇଥିଲା ଟିମ । ନିଆଁ ଲିଭାଇବାକୁ ଯିବା ବେଳେ ବିସ୍ଫୋରଣ ଘଟିଥିଲା । ଲ୍ୟାଣ୍ଡ ମାଇନ ବିସ୍ଫୋରଣ ରେ ଗ୍ରାମର ଜଣେ ବ୍ୟକ୍ତି ଆହାତ ହୋଇଥିବା ସୂଚନା ମିଳିଛି । ବନ କର୍ମଚାରୀଙ୍କୁ ସଶସ୍ତ୍ର ମାଓବାଦୀ ଅପହରଣ କରି ନେଇଛନ୍ତି ନାଁ ସେମାନେ ଭୟଭିତ ହୋଇ ଜଙ୍ଗଲ ଭିତରେ ଅଛନ୍ତି ଜଣାପଡ଼ିନି । ମୋବାଇଲ ଲାଗୁନଥିବା ଜୋଗୁଁ କର୍ମଚାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରୁନଥିବା ଫିରିଙ୍ଗିଆ ରେଞ୍ଜର ବିଜୟ ମଲିକ କହିଛନ୍ତି । ପୋଲିସ ଓ ବମ୍ ସ୍କାଡ଼ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ପରେ ହିଁ ସର୍ବିଶେଷ ତଥ୍ୟ ଜଣା ପଡିବ ।

ad-week
Leave A Reply

Your email address will not be published.