ଦୁର୍ଘଟଣା ରେ ଅସ୍ବାଭାବିକ ହେଲା ଜୀବନଶୈଳୀ : ଅର୍ଥାଭାବ କାରଣରୁ ଅମୀର ଙ୍କ ଚିକିତ୍ସା ରେ ବ୍ୟାଘାତ…

add-all

ବାଲିମେଳା : ଘଟଣା ସାମ୍ନାକୁ ଆସିଛି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ-୭ ରୁ । ୨୬ ବର୍ଷୀୟ ଯୁବକ ଅମୀର ଡାକୁଆ,ବାପା-ଶ୍ରୀ ପଦ୍ମନାଭ ଡାକୁଆ(୫୫), ମାଆ-ଶ୍ରୀମତୀ ଝୁନୁ ଡାକୁଆ (୪୫) । ପରିବାର କହିଲେ ୪ପ୍ରାଣୀ କୁଟୁମ୍ବ,ଅମୀରଙ୍କ ସାନଭାଇ,ଅମୀର ଓ ତାଙ୍କ ବାପା ମାଆ । ବଡ଼ ଦୁଇ ଭଉଣୀ ବିବାହିତା। ବାପାଙ୍କର ବୟସର ଅପରାହ୍ନରେ ଏକ ସେଲୁନ ରେ କାମ କରି ଘରର ଭାର ଉଠାଇଥିଲେ ୨୩ବର୍ଷୀୟ ଅମୀର। କିନ୍ତୁ ଦଇବ ଦଉଡ଼ି ମଣିଷ ଗାଈ, ଜେଣିକି ଟାଣଇ ତେଣିକି ଯାଇ। ଗତ ବର୍ଷ ଅର୍ଥାତ୍ ୨୦୨୧ ଜୁନ୍ ମାସରେ ଅମୀର ଚିତ୍ରକୋଣ୍ଡା ଯାଇ ଫେରିବା ସମୟରେ ମନ୍ତ୍ରୀପୁଟ ଘାଟି ନିକଟରେ ହଠାତ୍ ଏକ ସଡ଼କ ଦୁର୍ଘଟଣାର ଶୀକାର ହେଲେ। ଦୁର୍ଘଟଣାରେ ଶରୀରର ଦକ୍ଷିଣ ପାର୍ଶ୍ଵସ୍ଥ କାନ୍ଧ,ଜଂଘ,ଗୋଡ଼ ଏକାଧିକ ସ୍ଥାନର ହାଡ଼ ଭାଙ୍ଗିଗଲା । ତେବେ ଜରୁରୀକାଳୀନ ସେବା ବ୍ୟବସ୍ଥା ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ମାଲକାନଗିରି ଓ ପରେ ପରେ ସ୍ୱାସ୍ଥ୍ୟବସ୍ଥାର ଗୁରୁତ୍ୱତା କୁ ପ୍ରାଥମିକତା ଦେଇ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍, କୋରାପୁଟ କୁ ସ୍ଥାନାନ୍ତର କରାଗଲା। ସେଠାରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଆଖିଦୃଶିଆ ଉନ୍ନତି ଲକ୍ଷ୍ୟ ନ ହେବାରୁ ପରବର୍ତ୍ତୀ ସମୟରେ ଅମୀରଙ୍କୁ MKCG,ବ୍ରହ୍ମପୁର କୁ ସ୍ଥାନାନ୍ତର କରାଗଲା। ଅମୀର ଓ ତାଙ୍କ ପରିବାର ବର୍ଗ କହିବା ମୁତାବକ ବ୍ରହ୍ମପୁରରେ କେବଳ ଜଂଘ ହାଡକୁ ଅସ୍ତ୍ରୋପଚାର ଜରିଆରେ ଚିକିତ୍ସା କରାଯାଇଥିଲେ ସୁଦ୍ଧା ଏଯାବତ୍ କାନ୍ଧ ତଥା ଗୋଡର କୌଣସି ଚିକିତ୍ସା ହୋଇପାରିନାହିଁ। ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ବ୍ରହ୍ମପୁରରୁ ଡ଼ାକ୍ତର ଭୁବନେଶ୍ୱର AIIMS କୁ ପରବର୍ତ୍ତୀ ଚିକିତ୍ସା ପାଇଁ କହିଦେଇ ଛାଡ଼ିଦେଲେ। ତେବେ ଅର୍ଥାଭାବ ଏକ ବିରାଟ ପ୍ରତିବନ୍ଧକ ସାଜିଥିବା କାରଣରୁ ଅମୀରଙ୍କୁ ବାଲିମେଳା ଫେରିବାକୁ ପଡ଼ିଥିଲା। ଇତିମଧ୍ୟରେ ବାପା ଯେଉଁ ବୟସରେ ପୁଅ ଉପରେ ନିର୍ଭର କରିବା କଥା ସେଭଳି ଅବସ୍ଥାରେ ଆନ୍ଧ୍ର ପ୍ରଦେଶରେ ଦାଦନ ଖଟି ଅମୀରଙ୍କ ଚିକିତ୍ସା ତଥା ପରିବାରର ବୋଝକୁ ଏକାକୀ ଉଠାଇବାକୁ ବାଧ୍ୟ ହୋଇଛନ୍ତି। ତେବେ ଏଭଳି ପରିସ୍ଥିତିରେ ଅମୀରଙ୍କ ପରିବାର ବର୍ଗ ଓ ତାଙ୍କ ବନ୍ଧୁ ପରିଜନ ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ତଥା ସାଧାରଣ ଲୋକଙ୍କ ଠାରୁ ଚିକିତ୍ସା ନିମନ୍ତେ ଆର୍ଥିକ ସାହାଯ୍ୟର କାମନା କରିଛନ୍ତି। ଯଦି କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇବାକୁ ଆଗ୍ରହ ପ୍ରକାଶ କରନ୍ତି ତେବେ ସିଧାସଳଖ +919692619244 ଦୁରଭାଷ ଜରିଆରେ ଅମୀରଙ୍କ ସହ ଯୋଗାଯୋଗ କରି ପାରିବେ। ଏହି ପରିପେକ୍ଷି ରେ ପୁନଶ୍ଚ ଜିଲ୍ଲା ପ୍ରଶାସନ ମାଲକାନଗିରି ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଆସୁ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ ବୋଲି ବାଲିମେଳା ଅଞ୍ଚଳ ବାସୀ ଆଶା ପ୍ରତିପୋଷଣ କରୁଅଛୁ।

ad-week
Leave A Reply

Your email address will not be published.