ଆଶା ଓ ଗାଁ କଲ୍ୟାଣ ସମିତିର ବାର୍ଷିକ ସମ୍ମିଳନୀ…

add-all

ବ୍ରହ୍ମପୁର : ସାମ୍ପ୍ରତିକ ସମୟରେ ଗ୍ରାମଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଗୋଷ୍ଟୀ ର ସହଭଗୀତା ନିତ୍ୟାନ୍ତ ଜରୁରୀ ବୋଲି ବହୁ ବ୍ୟକ୍ତା ମତ ରଖି ଥିଲେ.ଆଜି ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ଆୟୋଜିତ ଆଶା ଓ ଗାଁକଲ୍ୟାଣ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅଥିତି ମାନଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲା ର ଆସ୍କା ବ୍ଲକ ର ଜୟପୁର ପଂଚାୟତ, ବେଲଗୁଣ୍ଠା ବ୍ଲକ ର ଆମ୍ବପୁଆ, ପୋଲସରା ର ଜକର, ପୁରୁଷୋତ୍ତମପୁର ର ଷୋଲଘର ଓ ସୋରଡ଼ା ବ୍ଲକ ର ସରାବାଡ଼ି ଗ୍ରାମ ପଂଚାୟତ କୁ ମିଶି ମୋଟ 06 ଗୋଟି ପଂଚାୟତ କୁ ଶ୍ରେଷ୍ଠ ଗ୍ରାମ ପଂଚାୟତ ରୂପେ ପୁରସ୍କୁତ କରାଯାଇଥିଲା. ସେଭଳି 22 ଜଣ ଆଶା କର୍ମୀ ତଥା ଆସ୍କା ର ବନିତା ପ୍ରଧାନ, ବେଗୁନିଆପଡା ର ସୁକାନ୍ତି ଶବର, ଛତ୍ରପୁର ର ଏସ. ମହାଲକ୍ଷ୍ମୀ, ବେଲଗୁଣ୍ଠା ର ବିଳାସିନୀ ଗୁରୁ, ପୁରୁଷୋତ୍ତମପୁର ର ଭାଗ୍ୟଲତା ସେଠି, ସୋରଡ଼ା ର ସନ୍ତୋଷିନୀ ବେହେରା, ରଙ୍ଗେଈଲୁଣ୍ଡା ର ମମତା ମହାନ୍ତି, କୁକୁଡାଖଣ୍ଡି ର ରୁନୁ ପଣ୍ଡା, ଗଞ୍ଜାମ ର ଶିବପ୍ରିୟା ନାୟକ, ବୁଗୁଡ଼ା ର ସଫଳା ପାତ୍ର, ଖଲ୍ଲିକୋଟ ର ପାର୍ବତୀ ତରାଇ, ଭଞ୍ଜନଗର ର ବାସନ୍ତି ପାତ୍ର, ହିଞ୍ଜିଳି ର ଲକ୍ଷ୍ମୀ ସାହୁ, କବିସୂର୍ଯ୍ୟନଗର ର ମଞ୍ଜୁଲତା ବେହେରା, ଧରକୋଟ ର ରୀନା ସ୍ୱାଇଁ, ଶେରଗଡ଼ ର ସବିତା ପାଢ଼ୀ, ପୋଲସରା ର ଲଷ୍ମୀ ଦଳାଇ, ଚିକିଟି ର ଜୟାଲଷ୍ମୀ ଓ ସାନଖେମୁଣ୍ଡି ରଶ୍ମିତା ଜେନା ସମେତ ମୋଟ 22 ଜଣ ଆଶା କର୍ମୀ ଙ୍କୁ ଶ୍ରେଷ୍ଠ ଆଶା ରୂପେ ସଂମାନ୍ନୀତ କରାଯାଇଥିଲା. ସେଭଳି ଗଞ୍ଜାମ ଜିଲ୍ଲାର 22 ଗୋଟି ଗାଁ କଲ୍ୟାଣ ସମିତି କୁ ମଧ୍ୟଶ୍ରେଷ୍ଠ ରୂପେ ସାନମ୍ମାନିତ କରାଯାଇଥିଲା. ଏହି ଅବସରରେ ଆଶା ମାନଙ୍କ ପାଇଁ ସୁନ୍ଦର ଏକ ଭିଡିଓ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହାଭାଗିତା ର ଏକ ଭିଡିଓ ପ୍ରଦଶିତ କରା ଯାଇଥିଲା. ଏଥି ସହିତ ଆଶା ମାନଙ୍କୁ କୁଇଜ ପଚାରି ପୁରସ୍କୁତ କରାଯାଇଥିଲା.

ad-week
Leave A Reply

Your email address will not be published.