କ୍ରାଇମ ବ୍ରାଞ୍ଚ ଦ୍ଵାରା ଗିରଫ ହେଲେ ଶର୍ମିଷ୍ଠା ରାଉତ, ଓ ତାଙ୍କ ସାଥୀ ଝୁନା ଭୋଇ..

add-all

ଭୁବନେଶ୍ୱର : ଲୁଚା ଛପି ର ଖେଳ ସରିଲା ଶେଷରେ ବହୁ ଚର୍ଚ୍ଚିତ କ୍ୟାମେରମ୍ୟାନ ମାନସ ସ୍ବାଇଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମ ବ୍ରାଞ୍ଚ ପୋଲିସ ଗିରଫ କରିବାରେ ସଫଳତା ହାସଲ କରିଛି। ଏଥିସହିତ ତାଙ୍କ ସାଥୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କୁ ଭଦ୍ରକର ନଳଙ୍ଗାରୁ ଗିରଫ କରାଥିବାର ଜଣାପଡିଛି। ଏଥି ପୂର୍ବରୁ ଏହି ହତ୍ୟା କାଣ୍ଡ ରେ ସମ୍ପୃକ୍ତ ଥିବା ୨ ସହଯୋଗୀ ଙ୍କୁ ପୋଲିସ ଗିରଫ କରି ସାରିଛି

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଶର୍ମିଷ୍ଠା। ଏ ନେଇ ତାଙ୍କୁ ବହୁଦିନ ଧରି ପୋଲିସ ଖୋଜୁଥିଲା। ଏପରିକି ବାହାର ରାଜ୍ୟରେ ସେ ଲୁଚିଥିବାର ସନ୍ଦେହ କରି ଏକ ଟିମ ମଧ୍ୟ ଯାଇଛି। ହେଲେ ସେ ଭଦ୍ରକରେ ଲୁଚି ରହିଥିବାର ଜଣାପଡିଥିଲା। କ୍ରାଇମ ବ୍ରାଞ୍ଚ ଦଶ ଦିନିଆ ରିମାଣ୍ଡ ରେ ଆଣିବାକୁ କୋର୍ଟ ରେ ଆବେଦନ କରିଥିବା ସୂଚନା ମିଳିଛି

ad-week
Leave A Reply

Your email address will not be published.