ଗୁଳିକରି ଗ୍ୟାରେଜ ମାଲିକଙ୍କ ଆତ୍ମହତ୍ୟା ସନ୍ଦେହ…

add-all


ହିଞ୍ଜିଳିକାଟୁ : ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଚୈତନ୍ୟ ପଡା ଏଚ ପି ପେଟ୍ରୋଲ ପମ୍ପ ସମ୍ମୁଖ ନାଗେଶ୍ବର ମୋଟର ଗ୍ୟାରେଜ ମାଲିକ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଜଣକ ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମର ଇପିଲି ଜଗନ୍ନାଥ (୩୫) । ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ପ୍ରଭାତ କୁମାର ପରିଡ଼ା ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଈଛନ୍ତି ।ପରିବାର ଲୋକେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟଙ୍କ ଉପସ୍ତିତିରେ କବାଟ ତାଡି ମୃତକଙ୍କୁ ଊଦ୍ଧାରକରି ୧୦୮ ଆମ୍ଵୁଲାନ୍ସ ଯୋଗେ ଶଵଵ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡମେଡିକଲକୁ ପୋଲିସ ପଠାଇଛି। ଅନ୍ୟପକ୍ଷରେ ହିଞ୍ଜିଳି ଅଚଂଳରେ ଚୋରା ବନ୍ଧୁକ କାରବାର ହେଉଥିବାର ଏହି ଘଟଣା ପରେ ସାଧାରଣରେ ଚର୍ଚ୍ଚା ହେଉଛି। ମୃତକ ବନ୍ଧୁକ କେଉଁଠାରୁଆଣିଲେ ଓ ମୂତକଙ୍କ କୌଣସି ଅପରାଧୀକ ମାମଲାରେ ଜଡିତ ଅଛନ୍ତି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ବୋଲି ହିଞିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା।

ad-week
Leave A Reply

Your email address will not be published.