ଉତ୍କଳ ଦିବସ ଉପଲକ୍ଷେ କବି ସମାରୋହ

add-all

ଦାରିଙ୍ଗବାଡି (୦୪/୦୪) : ଉତ୍କଳ ଦିବସ ଉପଲକ୍ଷେ ଗଞ୍ଜାମର କବିତା ଘର ଲିଟେରାରୀ ଟ୍ରଷ୍ଟ ଆନୁକୁଲ୍ୟରେ ଗତ ଏପ୍ରିଲ ୩ ତାରିଖ ରବିବାର ଦିନ ଦିଗପହଣ୍ଡି ସହରସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ବର୍ଣ୍ଣାଢ଼ ଉତ୍ସବରେ ଦାରିଙ୍ଗବାଡିର ବରିଷ୍ଠ ଶିକ୍ଷକ ତଥା କବି ବିଦେଶୀ ନାୟକ ବକ୍ତା ଭାବେ ଯୋଗଦେଇ ଉତ୍କଳ ପ୍ରଦେଶ ଗଠନରେ ଅବିଭକ୍ତ ତତ୍କାଳୀନ ଖେମୁଣ୍ଡି ରାଜ୍ୟ ଓ ପରେ ପରେ ଗଞ୍ଜାମ ଜିଲ୍ଲା ତଥା ସ୍ବାଧୀନତ୍ତୋର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ୍ ରେ ଅବସ୍ଥିତ କାଟିଙ୍ଗା ଜମିଦାରୀର ତତ୍କାଳୀନ ରାଜା ଶ୍ରୀ ଭେଙ୍କଟେଶ୍ବର ଦେଓଙ୍କ ବଳିଷ୍ଠ ଅବଦାନର ଏକ ଅନାଲୋଚିତ ଅଧ୍ୟାୟ ଉପରେ ବିସ୍ତୃତ ଆଲୋଚନା ରଖିଥିଲେ। ଏହି ସମାରୋହରେ ଉଦ୍ଘାଟକ ଭାବେ କବି ଓ ଶେରଗଡ଼ର ଯୁବ ତହସିଲଦାର ଡଃ ଦୟାସିନ୍ଧୁ ପରିଡ଼ା, ମୁଖ୍ୟ ଅତିଥ୍‌ ଭାବେ ଯୁବକବି ତଥା ଦାରିଙ୍ଗବାଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗଦାଧର ପାତ୍ର, ସ୍ବତନ୍ତ୍ର ଅତିଥ୍‌ ଭାବେ ଯୁବ ସାହିତ୍ୟିକ ତଥା ଦାରିଙ୍ଗବାଡି ତହସିଲଦାର ଶ୍ରୀ ଚାର୍ଲ୍ସ ନାୟକ, ସମ୍ମାନୀତ ଅତିଥ୍‌ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୋରେଶୁ ସେଠୀ, ଶ୍ରୀ ବସନ୍ତ କୁମାର ପଣ୍ଡା ତଥା ଶ୍ରୀ ରାମଚନ୍ଦ୍ର ସାହୁ ନିଜନିଜର ବକ୍ତବ୍ୟରେ ସାହିତ୍ୟ, ସଂସ୍କୃତିର ବିକାଶ ଉପରେ କହିଥିଲେ। ଅନୁଷ୍ଠାନ ର ସଭାପତି ତଥା ବରିଷ୍ଠ କବି ଡଃ ରାଜେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସୁନ୍ଦର କାର୍ଯ୍ୟକ୍ରମ କୁ ଚମତ୍କାର ଢଙ୍ଗରେ ରେ ସଞ୍ଚାଳନ କରିଥିଲେ ଯୁବ କବି, ଗାଳ୍ପିକ ଏବଂ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଭାଗିରଥି ବେହେରା। କବିତା ପାଠୋତ୍ସବ ରେ କ୍ରମାନ୍ୱୟରେ ୮ଟି ପର୍ଯ୍ୟାୟରେ ଅନ୍ୟୁନ ୪୦ ଟି କବିତା ସ୍ଥାନ ପାଇଥିଲା ଓ ଅନ୍ୟୁନ ୮ଟି ଭିନ୍ନ ଭିନ୍ନ ବିଭାଗର ପୁସ୍ତକ ଉନ୍ମୋଚିତ ଓ ଲୋକାର୍ପିତ ହୋଇଥିଲା।

ad-week
Leave A Reply

Your email address will not be published.