ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

add-all

ପଡିଆ (୦୪/୦୪) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଚଳିତ ବର୍ଷ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ମହାବିଦ୍ୟାଳୟ ପରିସରରେ ଏକ ତାଲିମ କାର୍ଯ୍ୟକ୍ରମ ମାଧମରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଦୈନନ୍ଦିନ ଜୀବନରେ ଆତ୍ମରକ୍ଷା ପାଇଁ ଆବଶ୍ୟକୀୟ ବିଭିନ୍ନ କୌଶଳ ବାବଦରେ କୁହାଯାଇଛି। ଚଳିତ ମାସ ୪ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ ସପ୍ତାହ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ମାନେ ପ୍ରତିକୂଳ ପରିସ୍ଥିତିରେ ନିଜକୁ କିଭଳି ଦୃଢ଼ମନା କରିବା ସହ ସାହସିକତା ଦେଖାଇ ନିଜକୁ ସୁରକ୍ଷିତ ରଖିବେ, ସେ ବାବଦରେ ତାଲିମ ମାଧ୍ଯମରେ କୁହାଯାଇ ଥିଲା। ଏହି ଅବସରରେ ଆୟୋଯିତ ବୈଠକରେ ମୁଖ୍ୟ ଅତିଥି ଭାବେ ପଡିଆ ପୋଲିସ ଷ୍ଟେସନ ଅଧିକାରୀ ସୁନୀଲ କୁମାର ସୋରେନ ଉପସ୍ଥିତ ହୋଇ ଉପସ୍ଥିତ ପ୍ରତ୍ୟକ କ୍ଷେତ୍ରରେ ମହିଳାମାନେ ପ୍ରଥମେ ନିଜ ସୁରକ୍ଷା କୁ ଧ୍ୟାନ ଦେବା ସହ ସଂସ୍କାର, ଶାଳୀନତା ଓ ସମ୍ପ୍ରତି ପରିସ୍ଥିତିରେ ଅପେକ୍ଷାକୃତ ଲଢ଼ୁଆ ମନୋଭାବ ମଧ୍ୟ ରଖିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପଡିଆ କଲେଜ ଅଧକ୍ଷ ପରମାନନ୍ଦ ମହାପାତ୍ର, ନିରଞ୍ଜନ ବେହେରା, ଜିତେନ୍ଦ୍ର ନାୟକ, ନାକା ସରିତା,ସନ୍ତୋଷୀନୀ ସାହୁ ଓ କେ ଉଦୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଧ୍ୟାପକ ଅମୂଲ୍ୟ ରତ୍ନ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରରେ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ତାଲିମଦାତା ଭାବେ ଚୀନାମ ଲାଡଲି ତାଲିମ ପ୍ରଦାନ କରିଥିବା ଜଣାପଡିଛି।

ad-week
Leave A Reply

Your email address will not be published.