ଜଙ୍ଗଲରେ ନିଆଁ ଲଗାଇ ବା ଅଭିଯୋଗରେ ଦୁଇ ଗିରଫ…

add-all

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ବଲସ୍କୁମ୍ପା ସରଂକ୍ଷିତ ଜଙ୍ଗଲ ଅଧିନସ୍ଥ ଗେଡ୍ରିପାଜୁ ଜଙ୍ଗଲରେ ଦୁଇ ଜଣ ବ୍ୟକ୍ତି ନିଆଁ ଲଗାଉଥିବା ବେଳେ ବନବିଭାଗର ପେଟ୍ରୋଲିଂ ଟିମ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜଙ୍ଗଲ ରେ ନିଆଁ ଲଗାଉଥିବା ଏହିଅଭିଯୁକ୍ତ ଦୁଇ ଜଣ ହେଲେ ଖଜୁରିପଡା ଥାନା ଅନ୍ତର୍ଗତ ବଡଭୁଇଁ ସିକେରିଖୋଲ ଗ୍ରାମର ଦୟାନିଧି କଁହର ୫୮,ଅନ୍ୟ ଅଭିଯୁକ୍ତ ଆଡାସିପଡା ଗ୍ରାମ ପଞ୍ଚାୟତ ର ଡମପିଡ଼ିଆ ଗ୍ରାମର ସୁବଳ କଁହର ୩୨ ବୋଲି ଜଣାପଡିଛି। ଏହି ଚଢ଼ାଉ ବେଳେ ବିସିପଡା ସେକ୍ସନ ଫରେଷ୍ଟର ଆସିକ ଦିଗାଲ, ବଲସ୍କୁମ୍ପା ଫରେଷ୍ଟ ଗାର୍ଡ ପୁଷ୍ପାଞ୍ଜଳି ପାଢ଼ୀ,ବିସିପଡା ଫରେଷ୍ଟ ଗାର୍ଡ ସୂର୍ଯ୍ୟକାନ୍ତି ବେହେରା,ଫାୟାର ସ୍କ୍ୱାର୍ଡ ଅଜିତ କୁମାର ଦଳବେହେରା ଏବଂ ପ୍ଲାଣ୍ଟେସନ ୱାଚର ଚୈତନ୍ୟ ଭୋଇ ଚଢ଼ାଉ ରେ ଭାଗ ନେଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି ବନବିଭାଗ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇ ଜଣ କୁ କୋର୍ଟ ଚାଲାଣ କରାଯାଇଥିବା ଫରେଷ୍ଟର ଆସିକ ଦିଗାଲ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ad-week
Leave A Reply

Your email address will not be published.