କୋଭିଡ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରାଉରକେଲା ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ…

add-all


ରାଉରକେଲା : କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ରାଉରକେଲାର ସାମ୍ବାଦିକ ଅଦ୍ୱୈତ ପ୍ରସାଦ ବିଶ୍ଵାଳଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ସୋମବାର ଦିନ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ସ୍ୱର୍ଗତ ବିଶ୍ଵାଳଙ୍କ ପୁଅ ସିଦ୍ଧାର୍ଥ ବିଶ୍ଵାଳଙ୍କୁ ପ୍ରଦାନ କରିଛନ୍ତି।
ରାଉରକେଲାରେ ଏକ ସାପ୍ତାହିକ ପତ୍ରିକାର ସାମ୍ବାଦିକ ଭାବେ ଅଦ୍ୱୈତ ପ୍ରସାଦ ବିଶ୍ଵାଳ କାର୍ଯ୍ୟରତ ଥିବା ସମୟରେ କରୋନା ସଂକ୍ରମଣର ଶିକାର ହୋଇଥିଲେ। କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୧ ଏପ୍ରିଲ ୩୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। କୋଭିଡ୍-୧୯ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ। ଏହାସହିତ କରୋନାରେ ପ୍ରାଣ ହରାଇଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହାକୁ ଆଧାର କରି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅନୁମୋଦନ କ୍ରମେ ଅଦ୍ଵୈତଙ୍କ ପରିବାରକୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନୁକମ୍ପା ରାଶି ପ୍ରଦାନ ବେଳେ ରାଉରକେଲା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.