

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟ୍ରାଫିକ ସମସ୍ୟା ଏବେ ମୁଖ୍ୟ ସମସ୍ୟାରେ ପରିଣତ ହେଇଛି । ଟ୍ରାଫିକ ପୋଲିସ ଜଗୁଛନ୍ତି ସତ କିଏ ପାନ ଦୋକାନ ପିଣ୍ଡା ରେ ତ କିଏ ଚା ଦୋକାନ ଦାଣ୍ଡରେ ମୋବାଇଲରେ ଵ୍ୟସ୍ତ ରହୁଛନ୍ତି । ଏହି ସମୟରେ ଯୁବ ପିଢ଼ି କଲେଜ ପଢୁଆ ଛାତ୍ର ଛାତ୍ରୀ ସ୍କୁଟି ବାଇକରେ ୬୦ ସ୍ପୀଡ଼ରେ ଗାଡି ଚଳାଉଛନ୍ତି।ସେମାନଙ୍କ ଉପରେ ଅଙ୍କୁଶ ଲଗାଯାଉ ନାହିଁ।ମୁଖ୍ୟ ରାସ୍ତା ହେଉ ଅଥବା ସରକୁଲାର, ଏପରିକି ଗଳି କନ୍ଦି ରାସ୍ତା କୁ କେଉଁଠି ବ୍ୟବସାୟୀ ଆଉ କେଉଁଠି ଲୋକେ ରାସ୍ତା ଉପରକୁ ମାଡିଆସି ଘର କରିବା ଫଳରେ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ହେଉଛି । ଦିନକୁ ଦିନ ଦୁର୍ଘଟଣାବି ବଢୁଛି ।ଅଭିଯୋଗ କଲେ ପ୍ରଶାସନ ଶୁଣୁନି । ଲୋକେ ବି ନୀତି ନିୟମ ଉଲ୍ଲଘଂନ କରି ନିଜ ମନ ଇଚ୍ଛା ମୁଖ୍ୟ ରାସ୍ତାଉପରେ ଏବଂ ଡ୍ରେନ ଉପରେ ଉଠା ଦୋକାନୀ ମାଡିବସି ବ୍ୟବସାୟ ଚଳାଇଥିବା ବେଳେ ଶୋ ରୁମ କରିଥିବା ବ୍ୟବସାୟୀ ମାନେ ମଧ୍ୟ ସେମାନଙ୍କ ଜିନିଷ ପତ୍ର ଡ୍ରେନ ଆଗକୁ ଆଣି ରଖୁଛନ୍ତି। ଫଳରେ ସାଧାରଣ ଲୋକେ ଯିବା ଆସିବା କରିବା ମୁସ୍କିଲ ହୋଇପଡୁଛି ।ସେହିପରି ନାରାୟଣୀ ରୋଡ଼ ଦେଇ ୪ଟି ବିଦ୍ୟାଳୟକୁ ଯିବାକୁ ରାସ୍ତାରେ ସକାଳ ୬:୩୦ରେ ଏବଂ ୧୦:୩୦ରେ ସ୍କୁଲ ଯିବା ଆସିବା ସମୟରେ ରାସ୍ତା ସମ୍ପୁର୍ଣ୍ଣ ଜାମ ରହୁଛି ଫଳରେ ଅଭିଭାବକ ମାନେ ନିଜ ପିଲାଛୁଆଙ୍କୁ ଛାଡିବାରେ ବହୁ ଅସୁବିଧା ଉପୁଜିବା ସହିତ ବହୁ ସମୟ ପର୍ଯ୍ୟନ୍ତ ଲମ୍ବା ଲାଇନରେ ରହିବା ପରେ ବିଦ୍ୟାଳୟକୁ ବିଳମ୍ବ ରେ ପହଞ୍ଚିବାକୁ ପଡୁଛି ବୋଲି ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।ଏଥି ସହିତ ସେ ସବୁ ଅଞ୍ଚଳର ପରିବେଶରେ ଗାଡି ମଟର ଧୁଆରେ ଚତୁର୍ପାଶ୍ୱ ଧୁମମୟ ହୋଇ ଅଣ ନିଶ୍ୱାସ ହେବାକୁ ପଡୁଛି।ଏହାର ଯଥା ଶୀଘ୍ର ପ୍ରତିକାର କରିବା ପାଇଁ ସର୍ଵ ସାଧାରଣରେ ଦାବି ହେଉଛି ।ମହିଳା ମହାବିଦ୍ୟାଳୟ ନିକଟରେ ଦହିବରା ଷ୍ଟଲ ଲାଗିଥିବା ର ଦେଖିବାକୁ ମିଳୁଛି। ଫଳରେ ସେଠାକୁକଲେଜ ପିଲାମାନେ ଖାଇବାକୁ ଆସି ରାସ୍ତା ଯାମ ରହୁଛି ସବୁବେଳେ ।ସେ ନିକଟରେ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ସମେତ ଦୁଇଟି ଇଂଲିଶ ମିଡ଼ିୟମ ଓ ସେଣ୍ଟ୍ରାଲ ସ୍କୁଲକୁ ଯିବାକୁ ରାସ୍ତା, ପାର୍କ, ମନ୍ଦିର ଆଦି ରହିଛି । ସେହି ବାଟ ଦେଇ ଟ୍ରାକ୍ଟରରେ ଗୁଡି ବାଲି,ପଥର ବୋଝେଇ ହେଇ ନେବା ଆଣିବା କରୁଛନ୍ତି। ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ଲୋକମାନଙ୍କ ଜିବା ଆସିବା ଅଧିକ ସେଇ ରାସ୍ତାରେ। ସେଠାରେ ସାମୟିକ ଭାବେ ଟ୍ରାଫିକ ଦିଆଯାଇଥିଲେ ବି ଅବସ୍ଥା ଅସମ୍ଭାଳ ହୋଇପଡୁଛି ।ଦୁର୍ଘଟଣାବି ହେଉଛି। ସେଇ ରାସ୍ତାବି ଜବରଦଖଲ ହୋଇଛି ।ଟାଉନ ଥାନା ନିକଟରେ ବି ଅବସ୍ଥା ଅସଂଭାଳ । ପୁଲିସି ସବୁ ଜାଣି ଚୁପ ବସିଛି । ଏ ପଟେ କାର କିମ୍ବା ବାଇକ ନେଇ ଆସିଲେ ରଖିବା ପାଇଁ ପାର୍କିଂ ପ୍ଲେସ ନାହିଁ । ରାସ୍ତାରେ ରଖୁଛନ୍ତି ଆଉ ରାସ୍ତା ଯାମ ହେଉଛି ।ବାଇ ପାସରାସ୍ତାକୁ ଫୋର ଲେନ କରି ଟ୍ରାଫିକ ମୁକ୍ତ କରିବାକୁ ଦାବୀ ହୋଇଥିଲେ ମଧ୍ୟ ଏହା କେନ୍ଦ୍ର ସରକାର ଙ୍କ ଏନ. ଏଚ. ଏ ଆଇ.ନିକଟରେ ବିଚାରଧୀନ ରହିଛି । ଫୁଲବାଣୀ ସହରର ଟ୍ରାଫିକ ବ୍ୟବସ୍ଥା ସଜାଡ଼ିବା ଦିଗରେ ଜିଲ୍ଲାପାଳ, ପୋଲିସ କିମ୍ବା ମୁନିସି ପାଲଟି କତୃପକ୍ଷ ଏ ଦିଗରେ ଦୃଷ୍ଟିନ ଦେଉ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ଆଲୋଚନା ହେଉଛି।ଯଦି ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ କେନ୍ଦ୍ରୀୟ ବିଦ୍ୟାଳୟକୁ ଯିବା ପାଇଁ ଚାରିଚାକିଆ ଯାନ ଗୁଡିକ ଏବଂ ଟ୍ରାକ୍ଟର ଗୁଡିକୁ ମୁଖ୍ୟ ଏନ ଏଚ ଷ୍ଟାଡିୟମ ରାସ୍ତା ଦେଇ ଯିବା ଆସିବା ପାଇଁ ଟ୍ରାଫିକ ବ୍ୟବସ୍ଥା କରନ୍ତେ ତେବେ କିଛି ମାତ୍ରାରେ ଟ୍ରାଫିକ ଜାମ ସମସ୍ୟା ଦୂରୀକରଣ ହୋଇ ପାରନ୍ତା ବୋଲି ବରିଷ୍ଠ ସାମ୍ବାଦିକ ଡ଼ଃ ଅରୁପ କୁମାର ଜେନା ସୁନିଲ ପଟ୍ଟନାୟକ, ସନ୍ତୋଷ ଦିଗାଲ ଓ ମଯଦୁର ସଂଘର ଜିଲ୍ଲା ଆବାହକ ସତ୍ୟ ନାରାୟଣ ବେହେରା ପ୍ରମୁଖ ମତ ରଖିଛନ୍ତି।