ମୋଟୁ ସାବେରି ନଦୀରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର…

add-all

ମାଲକାନଗିରି : କାଲିମେଳା ବ୍ଲକ,ମୋଟୁ ଅଞ୍ଚଳରେ ଗତକାଲି ଦିନ 3ଟା ସମୟରେ କାଲିମେଳା ବ୍ଲକ ସୀମାନ୍ତ ମୋଟୁ ର ପୂର୍ବଦିଗରେ ପ୍ରଭାବିତ ହେଉଥିବା ସାବେରୀ ନଦୀକୁ କିଛି ଲୋକ ଗାଧେଇବାକୁ ଯାଇ ଥିବା ବେଳେ ନଦୀରେ ଥିବା ଏକ ଗଛ ନିକଟରେ ଏକ ମୃତ ଦେହ ଦେଖିଥିଲେ । ତୁରନ୍ତ ସେମାନେ ନ ଗାଧୋଇ ଭୟଭୀତ ଅବସ୍ଥାରେ ସେଠାରୁ ଚାଲି ଆସି ନିକଟସ୍ଥ ମୋଟୁ ଥାନା ଏବଂ କାଲିମେଳା ଅଗ୍ନିଶମ ବାହିନୀକୁ ଫୋନ କରି ଜଣାଇଥିଲେ । କିଛି ସମୟପରେ ଘଟଣାସ୍ଥଳରେ ସାଥି କର୍ମଚାରୀ ଙ୍କ ସହ ମୋଟୁ ପୋଲିସ ଅଧିକାରୀ ପହଂଚି ବା କିଛି ସମୟ ମଧ୍ୟରେ ଅଗ୍ନିଶମ ବାହୀନ ମଧ୍ୟ ପହଞ୍ଚି ନଦୀରୁ ଶବଟିକୁ ଉଦ୍ଧାର କରିଥିଲେ । ସବଟି ପାଣି ଭିତରେ ଥିବା ଯୋଗୁଁ ଦୁର୍ଗନ୍ଧ ଅବସ୍ଥାରେ ଶବଟିକୁ ଦେଖି ବହୁ ଦିନ ହବ ବୋଲି ଅନୁମାନ କରାଯାଉଥିଲା । ମୃତ ବ୍ୟକ୍ତି କିଏ ଏବଂ କେଉଁ ଠାର ଏଯାଏଁ ଜଣା ପଡିନଥିବା ବେଳେ
ଅଜଣା ମୃତ ଦେହ ହୋଇଥିବାରୁ ଖବରଟି ମୋଟୁ ଅଞ୍ଚଳରେ ଘୁରିବୁଲି ଥିଲା। ପରେ ଏହି ମୁତ ଦେହକୁ ମୃତକ ଙ୍କ ସ୍ତ୍ରୀ ନିଜ ସ୍ୱାମୀ (ପଡ଼ିଆମୀ ଲଚ୍ଛା )ବୋଲି ଚିହ୍ନଟ କରିବା ସହ ଦୀର୍ଘ ୩ଦିନ ହେବ ଘରୁ ନିଖୋଜ ଥିବା ପ୍ରକାଶ କରିଛନ୍ତି । ମୃତକ ଜଣକ ମୋଟୁ ଅଞ୍ଚଳର ବାସିନ୍ଦା ଅଟନ୍ତି ।

ଗତକାଲି ରାତି ହୋଇଯିବାରୁ ଆଜି କାଲି ଶବ ବ୍ୟବଚ୍ଛେଦ କରିବା ସହ ହତ୍ୟା କିମ୍ବା ଅପମୃତ୍ୟୁ ବାବଦରେ ଆଗକୁ ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଅଶୋକ କୁମାର ବିଶୋଇ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.