ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦରେ ଗୁରୁବାର ଉପାଧ୍ୟକ୍ଷ ନିର୍ବାଚନ ଶାନ୍ତିସୃଙ୍ଖଳାରେ ଶେଷ ହୋଇଛି। ହିଞ୍ଜିଳିକାଟୁ ପୌରପରିଷଦ ୱାର୍ଡ ନଂ ୬ର ବିଜେଡି କାଉନସିଲର ସୁଚିତ୍ରା ପଣ୍ଡା ଉପାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୱାର୍ଡ ନଂ ୬ର କାଉନସିଲର ଭାଵେ ସୁଚିତ୍ରା ପଣ୍ଡା ବିଜେଡିରୁ ନିର୍ଦ୍ୟନ୍ଦରେ ନିର୍ଵାଚିତ ହୋଈଥିଲେ । ନିର୍ବାଚନ ଅଧିକାରୀ ନୀଳମାଧବ ଭୋଈ ଉପାଧ୍ୟକ୍ଷ ଭାବେ ସୁଚିତ୍ରା ପଣ୍ଡାଙ୍କୁ ବିଜୟୀ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତି କୁ ହିଞ୍ଜିଳିକାଟୁ ପୌରପରିଷଦର ସମସ୍ତ ବିଜେଡି ବିଜୟୀ କାଉନସୀଲର ସହମତି ପ୍ରକାଶ କରିଥିଲେ ।ଗୁରୁବାର ଦିନ ହିଞ୍ଜଳିକାଟୁ ର ସମସ୍ତ ବିଜେଡି ନେତା ଓ ଵିଜୟୀ କାଉନସୀଲର ଓ ଅଧ୍ୟକ୍ଷ ପାଟଣାସାହି ଲକ୍ଷ୍ମୀନୃସୀଂହ ମନ୍ଦିର ପରିଷରରେଏକତ୍ରିତ ହୋଇଥୁଲେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ନେଇ ଏକ ବନ୍ଦ ଲଫାପ ବ୍ରହ୍ମପୁର ଵିଜେଡି ନେତା ଡ଼ା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଧରି ପହଞ୍ଚିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧୀ ଶରତଚନ୍ଦ୍ର ମହାପାତ୍ରଙ୍କ ସହ ।
ସମସ୍ତ ବିଜେଡି ରବିଜୟୀ କାଉନସିଲର ଏବ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମହିଳା କାଉନସିଲର ଙ୍କମଧ୍ୟରୁ ସୁଚିତ୍ରା ପଣ୍ଡା ଙ୍କୁ ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଙ୍କ ମନୋନୀତ ନାମ ଘୋଷଣା କରିଥିଲେ। ସମସ୍ତେ ଏହାକୁ ସ୍ଵାଗତ କରିଥିଲେ। ନବନିର୍ବାଚିତ କାଉନସିଲର ଗୁରୁବାର ନିର୍ବାଚନ ଅଧିକାରୀ ନିଳମାଧଵ ଭୋଈଙ୍କ ତତ୍ତ୍ୱାବଧାନରେ ଓ ଅଧ୍ୟକ୍ଷ ସୁବାସ ପଲେଈ ଙ୍କ ଉପସ୍ଥିତିରେ ୨୧ଟି ୱାର୍ଡ ବିଶିଷ୍ଟ ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୧ ଟି ୱାର୍ଡ ରୂ ୨୦ଟି ୱାର୍ଡର ନବ ନିର୍ବାଚିତ କାଉନସିଲରମାନେ ଯୋଗଦେଇଥିବା ବେଳେ ୱାର୍ଡ ନଂ ୬ ର କାଉନସିଲର ସୁଚିତ୍ରା ପଣ୍ଡା ବିଜେଡିରୁ ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହାକୁ ନେଇ ନିର୍ବାଚନ ଅଧିକାରୀ ଶ୍ରୀ ଭୋଈ ଉପାଧ୍ୟକ୍ଷ ଭାବେ ସୁଚିତ୍ରା ପଣ୍ଡାଙ୍କୁ ବିଜୟୀ ଘୋଷଣା କରିଛନ୍ତି। ସୂଚନା ମୁତାବକ, ପୌର ନିର୍ବାଚନରେ ୨୧ ଟି ୱାର୍ଡ ରୁ ୧୫ ଟି ବିଜେଡି, ୪ ଟି ସ୍ଵାଧୀନ ,ଗୋଟିଏ କଙ୍ଗ୍ରେସ ଓ ଗୋଟିଏ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଉପାଧ୍ୟକ୍ଷ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ଯୋଗଦେଇ ନଥିଲେ।ସମସ୍ତ ସଦସ୍ୟ ଓ ପୌରପାଳିକାର ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ଉପାଧ୍ୟକ୍ଷ ଶ୍ରୀମତୀ ପଣା ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

