ଜିିଲ୍ଲା ଗଠନର ଅନେକ ବର୍ଷ ପରେ ଲାଗିଲା ତାପମାପକ ଯନ୍ତ୍ର

add-all


ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଲାଗିଲା ତାପମାନମାପକ ଯନ୍ତ୍ର। ଆଜିଠାରୁ ଜିଲ୍ଲାବାସୀ ସିଧାସଳଖ ଗ୍ରୀଷ୍ମପ୍ରବାହ ର ସୂଚନା ପାଇପାରିବେ। ଦିନକୁ ଦିନ ଜଙ୍ଗଲକ୍ଷୟ ଏବଂ କଂକ୍ରିଟ ଜଙ୍ଗଲ ବହୁ ମାତ୍ରାରେ ବୃଦ୍ଧି ଯୋଗୁଁ ତାପମାତ୍ରା ପ୍ରତିବର୍ଷ ବଢି ବଢି ଚାଲିଛି । ଗ୍ରୀଷ୍ମପ୍ରବାହ ପାଇଁ ଲୋକମାନଙ୍କୁ ସତର୍କ ସୂଚନା ଦେବା ପାଇଁ ଜିଲ୍ଲାରେ ତାପମାନ ଯନ୍ତ୍ର ଆବଶ୍ୟକ ଥିଲା । ଏ ନେଇ ବିଗତ ଦିନରେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ସହିତ, ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ଙ୍କ ନିର୍ଦ୍ଧେଶ କ୍ରମେ ଭାରତୀୟ ପାଣିପାଗ ବିଭାଗ ଅଧିକାରୀ ଙ୍କ ମିଳିତ ସହଯୋଗରେ ତାପମାନ ମାପକ ଯନ୍ତ୍ର ଏବଂ ବର୍ଷା ଜଳ ମାପକ ଯନ୍ତ୍ର ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥାପନ କରାଯାଇଛି। ବାୟୁମଣ୍ଡଳର ବିଜ୍ଞାନ ଓ ପର୍ଯ୍ୟବେକ୍ଷଣ ପାଇଁ ଓଡିଶା ଏବଂ ଭାରତ ସରକାରଙ୍କ ମିଳିତ ସହଯୋଗରେ ଏହି ତାପମାନ ଯନ୍ତ୍ର ସ୍ଥାପନ କରାଯାଇଛି। ସ୍ୱତନ୍ତ୍ର ଆୟୁକ୍ତ ରିଲିଫ ଏବଂ ଭାରତୀୟ ପାଣିପାଗ ବିଭାଗରୁ ଆସିଥିବା ନରେନ୍ଦ୍ର କୁମାର ସାହୁ ଏବଂ ଭରତ ଚନ୍ଦ୍ର ବେହେରା ଙ୍କ ଦ୍ଵାରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଜରୁରୀକାଳୀନ ଉପ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ସେକ୍ସନ ଅଫିସର ଧନପତି ନାୟକ, ବରିଷ୍ଠ ରାଜସ୍ୱ ସହାୟକ, ଦୁର୍ଗା ମାଧବ ପଣ୍ଡା, ଡାଟା ଏଣ୍ଟ୍ରି ଅପରେଟର ଅବିନାଶ ପାତ୍ର ନୂତନ ଭାବେ ସ୍ଥାପିତ ଯନ୍ତ୍ର ପରିଚାଳନା ବିଷୟରେ ତାଲିମ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ବରିଷ୍ଠ ରାଜସ୍ୱ ସହାୟକ ତ୍ରିପତି ବାଲାଜୀ ସାହୁ,ନୀଳକଣ୍ଠ ରାଜୁ, ସନ୍ଦୀପ ନାୟକ, ବବିନା ସୁଲତାନ, ରୀନା ରାଣୀ ପାତ୍ର ଭେଙ୍କେ ଟ ରାଓ,ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.