ଘର ତାଲା ଭାଙ୍ଗି ଟଙ୍କା ଓ ସୁନା ଚୋରି

add-all

ଦାରିଙ୍ଗବାଡ଼ି,୯/୪ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ନୀଳକନ୍ଦର ସାହିରେ ଅଜିତ ମିଶ୍ରଙ୍କ ଘରର ତାଲାଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଛି । ଅଜିତ ମିଶ୍ରଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ସେ ଆଉ ତାଙ୍କ ସ୍ତ୍ରୀ ବିଶାଖାପାଟନା ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ପୁଅ ଅଭିଷେକ ଘରେ ଥିଲେ । ଏକୁଟିଆ ଥିବା ଯୋଗୁଁ ଅଭିଷେକ ଶୁକ୍ରବାର ଦିନ ରାତିରେ ତାଙ୍କ ଗୌଡ଼ସାହି ଅଜା ଘରକୁ ଶୋଇବା ପାଇଁ ଯାଇଥିବା ବେଳେ ଶନିବାର ଦିନ ସକାଳୁ ଘରକୁ ଫେରି ଦେଖିଲା ବେଳେ ଘରର ସମସ୍ତ ଆସବାପତ୍ର ଫିଙ୍ଗା ଫୋପଡା ହୋଇ ପଡିବା ସହିତ ଗଡ଼ରେଜର ତାଲା ଭାଙ୍ଗିଥିବା ଦେଖିଥିଲେ । ଗଡ଼ରେଜ ଥିବା ନଗଦ ୪୦ ହଜାର ଟଙ୍କା ଓ ୩ ଗ୍ରାମ ସୁନା ନଥିବା ବେଳେ ତାହା ଚୋରି ହୋଇଯାଇଥିବା ଅଭିଷେକ ଦେଖିଥିଲେ। ଏହାପରେ ଅଭିଷେକ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ମାମଲା ନଂ ୬୨/୨୨ ରୁଜୁ କରି ଥିବାବେଳେ ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ କ୍ରମେ ସନ୍ଧାନି କୁକୁର ମାଧ୍ୟମରେ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.