ପାର୍କିଙ୍ଗ୍ ଫି ମାଗିବା ହେଲା କାଳ,୧୦ ଟଙ୍କା ଲାଗି ୫ ଛାତ୍ର ଥାନାରେ ରାତି କଟାଇଲେ

add-all

ରାଉରକେଲାରେ ଆମ ପୁଲିସର ଦବଙ୍ଗଗିରୀ

ରାଉରକେଲା,(୯/୪)(ବସନ୍ତ କୁମାର ଜେନା) : ପାର୍କିଂ ଫିସ ୧୦ ଟଙ୍କା ମାଗିବାରୁ ସାଧା ପୋଷାକରେ ଆସିଥିବା ମହିଳା ପୁଲିସ୍ ଅଫିସର ନିକଟସ୍ଥ ଥାନାରେ ଅଧିକାରୀ ଥିବା ନିଜ ପତିଦେବଙ୍କୁ ଜଣାଇ ଗାଡି ଷ୍ଟାଣ୍ଡରେ ଥିବା ୫ଜଣ ଛାତ୍ରଙ୍କୁ ରାତିସାରା ଥାନାରେ ବସାଇବା ତାଙ୍କ ବିରୋଧରେ ଦାଦା ବଟୀ ମାଗୁଥିବା ଭଳି ସଙ୍ଗୀନ ଅଭିଯୋଗ ଲଗାଇବା, ସେହି ଛାତ୍ରଙ୍କ ଭିତରୁ ଜଣେ ଏଥିଲାଗି ପରୀକ୍ଷା ଦେଇନପାରିବା ଭଳି ଘଟଣା ସମଗ୍ର ଜିଲ୍ଲାରେ ଆମ ପୁଲିସ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଉରକେଲା ପୁଲିସ୍ ଜିଲ୍ଲାରେ କିଛି ପୁଲିସି ଅଫିସର ନିଜକୁ ପୁଲିସି ସେମାନେ ଯାହା ଚାହିଁବେ କରିବେ ତାଙ୍କର କେହିକିଛି କରିପାରିବେନି ବୋଲି ଯେଉଁ ଭାବନା ନେଇ ଚାଲିଛନ୍ତି ତାର ଆଉ ଏକ ଉଦାହରଣ ଆମବାଗାନ ଭଂଜଭବନ ପାଖରେ ଦେଖାଯାଇଛି । ଏଠାରେ ଚାଲିଛି ଏକ ହ୍ୟାଣ୍ଡଲୁମ ମେଳା, ସେଠାରେ ବିନୟ କୁମାର ନାମକ ଜଣେ ବ୍ୟକ୍ତି ଗାଡି ଷ୍ଟାଣ୍ଡ ଲାଗି ଅନୁମତି ନେଇ କିଛି ପିଲାଙ୍କୁ ଲଗାଇ କାମ କରୁଥିଲେ । ତେବେ ନିକଟରେ ଜଣେ ମହିଳା ପୁଲିସ ସାଧା ପୋଷାକରେ ସେଠାରେ ପହଁଚି ଗାଡି ରଖିବା ବେଳେ ପିଲା ମାନେ ୧୦ ଟଙ୍କା ମାଗିଥିଲେ, ସେଥିରେ ଅଫିସର ଜଣକ ଉତକ୍ଷିପ୍ତ ହୋଇ ନିଜ ସ୍ଵାମୀ କାମ କରୁଥିବା ନିକଟସ୍ଥ ଥାନାକୁ ଜଣାଥିଲେ । ଏତିକି କଥା ତାପରେ ଥାନା ବାବୁ ସେଠାରେ ପହଁଚି ୫ଜଣ ପିଲାଙ୍କୁ ଥାନାକୁ ନେଇଗଲେ, ରାତିସାରା ଥାନାରେ ବସାଇଲେ, ଦାଦା ବଟୀ ମାଗିବାର ଅଭିଯୋଗ ଲଗାଇଲେ, ଘର ଲୋକେ ଯେତେ ନେହୁରା ହେଲେ ପିଲା ମାନଙ୍କୁ ଥାନା ବାଲା ଛାଡିଲେନି, ଫଳରେ ଜଣେ ଛାତ୍ର ନିଜ ପରୀକ୍ଷା ମଧ୍ୟ ଦେଇପାରିନଥିବାର ଅଭିଯୋଗ ହୋଇଛି । କିଛି ସମୟ ପରେ ଥାନାରେ କାଗଜ ପତ୍ର କରି ପୁଲିସ ଏହି ପିଲାଙ୍କୁ ଛାଡିବା ପରେ କଥା ପଦାକୁ ଆସିଛି । ଏହାକୁ ନେଇ ଏବେ ସହରରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଥାନା ଗୁଡିକ ଯେମିତି କିଛି ଲୋକଙ୍କୁ ନିଲାମ କରିଦିଆଯାଇଛି, ସେମାନେ ଯାହା ଚାହିଁବେ ତାହା କରିବେ ବୋଲି ଏହି ଘଟଣା ତାର ଉଦାହରଣ ।
ଏ ହେଉଛି ରାଉରକେଲା ସହରରେ ପୁଲିସ ବ୍ୟବସ୍ଥା, ମହିଳା ମାନଙ୍କ ସୁରକ୍ଷା ଓ ସାଧରଣ ଜନତରାଙ୍କୁ ପ୍ରତି ପୁଲିସର ବ୍ୟବହାର । ବାରମ୍ବାର ଏ ନେଇ ଖବର ପ୍ରକାଶ ପାଉଛି ହେଲେ ଆମ ବଡ ବାବୁ ମାନଙ୍କ କାନରେ ଏହା ପହଁଚି ପାରୁନି, ଯାହାକି ସଂପୁର୍ଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ad-week
Leave A Reply

Your email address will not be published.