ନୀଳଗିରି ସାମ୍ବାଦିକ ମାଡ଼ ଘଟଣାକୁ ନେଇ ରାଉରକେଲା ପ୍ରେସ ଫେଟରନିଟି ପକ୍ଷରୁ ତୀବ୍ର ନିନ୍ଦା

add-all

ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା,(୦୯/୦୪) (ବସନ୍ତ କୁମାର ଜେନା) : ଏକ ନ୍ୟୁଜ ଚ୍ୟାନେଲର ନୀଳଗିରି ପ୍ରତିନିଧି ଲୋକାନଥ ଦଳେଇଙ୍କୁ ଥାନାରେ ମାଡ଼ ମାରି ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ନିଳଗିରି ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀ ଶ୍ରବଣ ବେହେରାଙ୍କୁ ନିଳମ୍ବନ କରିବା ଦାବିରେ ଆଜି ରାଉରକେଲା ପ୍ରେସ ଫେଟରନିିଟି ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ପ୍ରଦର୍ଶନ କରାଯିବା ସହ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ଜରିଆରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏପରି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କୋଠରୁ କୋଠର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଘଟଣାର ନିରପେକ୍ଷ ଯାଂଚ କୁହାଯାଇଛି । ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ୱର ଉଠିବା ପରେ ଉଭୟଙ୍କୁ ବାଲେଶ୍ୱର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତେବେ ବିବାଦୀୟ ଆଇଆଇସିଙ୍କୁ ବଦଳିରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖିଛନ୍ତି ବାଲେଶ୍ୱର ଏସପି । ପୋଲିସର ଅମାନବୀୟ କାର୍ଯ୍ୟକୁ ନେଇ ଆଜି ରାଉରକେଲା ପ୍ରେସ ଫେଟରନିଟି ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଥିଲା ।ଅନ୍ୟପଟେ ଆଇଆଇସିଙ୍କ ସୁରକ୍ଷା ପାଇଁ ଜଣେ ତଳୀୟ କର୍ମଚାରୀଙ୍କୁ ହାବିଲଦାରଙ୍କୁ ନିଲମ୍ବନ କରାଯାଇଛି । ତେବେ ଘଟଣାର ୨ ଦିନ ବିତି ଯାଇଥିଲେ ମଧ୍ୟ ଏହି ମାମଲାରେ ଖୋଦ ଜିଲ୍ଲା ପୋଲିସ ମୁଖ୍ୟ ଗଣମାଧ୍ୟମ ସାମ୍ନାକୁ ଆସୁନଥିବା ବୋଲି କୁହାଯାଇଛି । ନା କୌଣସି ବଡ଼ି ପୋଲିସ ଅଧିକାରୀ ଘଟଣାକୁ ନେଇ କିଛି କହୁଛନ୍ତି । ଚିକିତ୍ସାଧୀନ ଥିବା ସାମ୍ବାଦିକ ଲୋକନାଥ ଭୋଇଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି । ନୀଳଗିରି ଥାନା ଆଇଆଇସିର ଏହି ପ୍ରକାର ବେଆଇନ କାର୍ଯ୍ୟ କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ରାଉରକେଲା ପ୍ରେସ ଫେଟରନିଟିର ବରିଷ୍ଠ ସାମ୍ବାଦିକମାନେ କହିଛନ୍ତି । ଏଥିରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।

ad-week
Leave A Reply

Your email address will not be published.