ଜଳ ସ୍ବଚ୍ଛତା ଅଭିଯାନରେ ପୋଖରୀ ସଫେଇ…

add-all

ଛତ୍ରପୁର : ଜିଲ୍ଲା ପ୍ରଶାସନର ପୂର୍ବ ଘୋଷଣା ଅନୁଯାୟୀ ‘ଜଳ ସ୍ବଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମରେ ସୋମବାର ପୂର୍ବାହ୍ନରେ ଛତ୍ରପୁର ସ୍ଥିତ ରିକାପଲ୍ଲୀ ଲେବଲ କ୍ରସିଂ ନିକଟ ଗେଟ୍ ବନ୍ଧର ସଫେଇ କରାଯାଇଛି  । ପୋଖରୀ ପୁନରୁଦ୍ଧାର, ଜଳ ଧାରଣ କ୍ଷମତା ବୃଦ୍ଧି, ପୋଖରୀରେ ପ୍ଲାଷ୍ଟିକ୍ ମୁକ୍ତ, ମଇଳା ଆବର୍ଜନା ମୁକ୍ତ ଏବଂ ଉକ୍ତ ଅଞ୍ଚଳକୁ ସରକାରୀ ଦଖଲ ନେଇ ସୁରକ୍ଷା କରିବା ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଅଛି  ।      ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଛତ୍ରପୁର ଉପ ଜିଲ୍ଲାପାଳ ନୀଳ ମାଧବ ଭୋଇ, ସମସ୍ତ ସ୍ବଚ୍ଛ ସାଥୀ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ମାନଙ୍କ ଦ୍ବାରା ଉକ୍ତ ପୋଖରୀର ସଫେଇ କାର୍ଯ୍ୟ କରାଯାଇଥିଲା  । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଶ ବାବୁ ପରିଚାଳନା କରିଥିଲେ  ।  

ad-week
Leave A Reply

Your email address will not be published.