

ନବରଙ୍ଗପୁର : ପରିବାର ଅଦାଲତ ବିଚାରପତି ଭାବେ ଯୋଗଦେଇଥିବା ଶ୍ରୀମତୀ ମୁନ୍ ରାଣୀ ମିଶ୍ର ଙ୍କୁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋଦଳା କୋର୍ଟରୁ ଆସି ସେ ଆଜି ପରିବାର ଅଦାଲତ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଇନଜୀବୀ ସଂଘ ପକ୍ଷରୁ କୋର୍ଟ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ଆଇନଜୀବୀ ମାନେ କହିଥିଲେ । ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ ସଭାପତି ବିଧୁ ଶେଖର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଅନୀଲ ଜ୍ୟୋତି ଚନ୍ଦ୍ର ଦୀନବନ୍ଧୁ, କୋଷାଧ୍ୟକ୍ଷ ବାଲାଜୀ ପ୍ରସାଦ ମିଶ୍ର, ଆଇନଜୀବୀ ସମରେଶ ଗନ୍ତାୟତ, ପୂର୍ବତନ ସମ୍ପାଦକ ମାନସ ତ୍ରିପାଠୀ, ସରକାରୀ ଆଇନଜୀବୀ ସି. ଏଚ୍. ଚନ୍ଦ୍ରଶେଖର ରାଓ, ପୂର୍ବତନ ଉପ ସଭାପତି ହରିନାରାୟଣ ବେହେରା, ଅନୁପମା ଗନ୍ତାୟତ, ସ୍ନେହଲତା ଦେବୀ, ଜେନିଫର୍ ସୁନା, ମିନାକ୍ଷୀ ପାଢ଼ୀ, ପଙ୍କଜିନୀ ତ୍ରିପାଠୀ, ସଞ୍ଜୟ ପ୍ରଦୀପ ସୁନା, ପୁରୁଷୋତ୍ତମ ସାମନ୍ତ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ରାଜ କିଶୋର ନାଗ, ଗଙ୍ଗାଧର ଜାନୀ, ସେକ୍ ବାବା ଆଲିଶା ପ୍ରମୁଖ ଯୋଗଦେଇଥିଲେ।