ଚିକିଟି ତହସିଲରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଗୋଟିଏ ଦିନରେ ହଜାର ପଟ୍ଟା ବଣ୍ଟନ

ଚିକିଟି : ଚିକିଟି ତହସିଲ କାର୍ଯ୍ୟାଳୟ ପରିସରରେ ରାଜସ୍ବ ବିଭାଗ ପକ୍ଷରୁ ଆଜି ଏକ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ତହସିଲଦାର ବିଶ୍ବ ରଞ୍ଜନ କହଁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି କିର୍ତିଭାସନ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ର ମହତ୍ଵ ସମ୍ପର୍କରେ ପ୍ରକାଶ କରିଥିଲେ।ସୁନାପୁର,ସୁବାଣି,ପିତାତଳି,କୋଟଲିଙ୍ଗି, ଚିକିଟି,ନୁଆପଡା,ଗିରିସୋଲା ଆଦି ସାତଗୋଟି ରାଜସ୍ବ ସର୍କଲ ଅଧିନସ୍ଥ ବିଭିନ୍ନ ଗ୍ରାମର ହିତାଧିକାରୀ ମାନଙ୍କୁ ପ୍ରାୟ ୧ ହଜାର ( ବେବନ୍ଦୋବସ୍ଥ ଓ ଗ୍ରାମକଣ୍ଠ ) ପଟ୍ଟା ବଣ୍ଟନ କରିଥିଲେ। ସେଥିମଧ୍ୟରୁ ୫ ଶହ ପଟ୍ଟା ପ୍ରତ୍ୟେକ୍ଷ ଭାବେ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା ବେଳେ ଆଉ ୫ ଶହ ପୋଷ୍ଟାଲ ମାଧ୍ୟମରେ ହିତାଧିକାରୀ ମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। ଖୁବ୍ କମ୍ ସମୟ ମଧ୍ୟରେ ରେକର୍ଡ ସଂଖ୍ୟକ ପଟ୍ଟା ବିଭିନ୍ନ ପର୍ଯ୍ୟାୟରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରିଥିବାରୁ ତହସିଲଦାର ଶ୍ରୀ କହଁର ଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ଏଟିଓ କୁଲଦୀପ କୁମାର , ରାଜସ୍ବ ନୀରିକ୍ଷକ ବଳରାମ ପ୍ରଧାନ,ରମା ଗମାଙ୍ଗ, ଦେବରାଜ ନାୟକ, କୁମୁଦ ଚନ୍ଦ୍ର ପଟ୍ଟନାୟକ, ଅଶ୍ବିନୀ ରାଉଳ, ହରିହର ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ତହସିଲ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.