5-ଟି ସଚିବଙ୍କୁ ସାକ୍ଷାତ କଲେ ଚିକିଟି ଏନଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

add-all

ଚିକିଟି : ନବୀନ ନିବାସ ରୁ ଡାକରା ପାଇ ଗଂଜାମ ଜିଲ୍ଲା ଚିକିଟି ଏନଏସି ଅଧକ୍ଷା ଦୀପା କୁମାରୀ ସାହୁ ଓ ଉପାଧକ୍ଷ ଦୁର୍ଗା ପ୍ରସାଦ ଦେଓ(ସାନଦେଓ) ବୁଧବାର ଭୁବନେଶ୍ୱର ଯାଇଥିଲେ । ସେଠାରେ ଉଭୟ 5-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ପୌର ନିର୍ବାଚନରେ ବିଜୟ ଲାଭ ପାଇଁ ଉଭୟଙ୍କୁ ପାଣ୍ଡିଆନ ଶୁଭେଛା ଜଣେଇବା ସହିତ ଚିକିଟିର ନାମ ରଖିବା ପାଇଁ ଭଲ କାମ କର ବୋଲି କହିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଉଭୟଙ୍କ ଉତ୍ସାହ ବଢ଼େଇଥିଲେ । 5-ଟି ସଚିବଙ୍କୁ ଭେଟିବା ପରେ ଚିକିଟି ଏନଏସି ଅଧକ୍ଷା ଦୀପା ଓ ଉପାଧକ୍ଷ ଦୁର୍ଗା ପ୍ରସାଦ ଦେଓ ଖୁସି ପ୍ରକଟ କରିବା ସହିତ ଚିକିଟିର ବିକାଶ ପାଇଁ ସେମାନେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.