‘ପାହାଡ଼ ରାଣୀ’ କବିତା ପୁସ୍ତକ ଉନ୍ମୋଚନ କଲେ ଜିଲ୍ଲାପାଳ

add-all

ଚିକିଟି : ରାଜସ୍ବ ବିଭାଗ ପକ୍ଷରୁ ଚିକିଟି ତହସିଲ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ ଶିଶୁ କବି ରୁଦ୍ରରୁପାଙ୍କ ସ୍ବରଚିତ “ପାହାଡ ରାଣୀ, କବିତା ସଙ୍କଳନ ଉନ୍ମୋଚନ କରିଛନ୍ତି। ପିତାତଳି ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ତଥା ଶିକ୍ଷକ ଦମ୍ପତି ରଞ୍ଜନ କୁମାର ବ୍ରହ୍ମା ଓ ମିନତୀ କୁମାରୀ ପାଠୀ ଙ୍କ କନ୍ୟା ରୁଦ୍ରରୁପା ବ୍ରହ୍ମା ଙ୍କ ସ୍ବରଚିତ କବିତା ସଙ୍କଳନ କୁ ପଢି ଜିଲ୍ଲାପାଳ ବେଶ୍ ପ୍ରଶଂସା କରିଥିଲେ। ଆଜିର ଛାତ୍ର ଛାତ୍ରୀ ମାନେ ମୋବାଇଲ ରେ ରୁଚି ରଖୁଥିବା ବେଳେ ରୁଦ୍ରରୁପା ନିଜେ କବିତା ରଚନା କରିବା ସହିତ ନୃତ୍ୟ, ସଙ୍ଗୀତ ସହିତ ପାଠ ପଢିବା ରେ ଭଲ ରୁଚି ରଖୁଥିବା ରୁଦ୍ରରୁପା ଙ୍କ ଭଳି ହେବାକୁ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି. କୀର୍ତ୍ତିଭାଷନ,ଏଟିଓ କୁଲଦୀପ କୁମାର , ମୁଖ୍ୟ କିରାଣୀ ପ୍ରଦୀପ କୁମାର ନାୟକ, ନାଜିର ପୀତବାସ ନାୟକ,ତ୍ରିଲୋଚନ କାର୍ଜି,ରାଜସ୍ବ ନୀରିକ୍ଷକ ବଳରାମ ପ୍ରଧାନ,ରମା ଗମାଙ୍ଗ, ଦେବରାଜ ନାୟକ, କୁମୁଦ ଚନ୍ଦ୍ର ପଟ୍ଟନାୟକ, ଅଶ୍ବିନୀ ରାଉଳ, ହରିହର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ତାଙ୍କ ସ୍ବରଚିତ “ପ୍ରତ୍ୟାବର୍ତ୍ତନ, ପୁସ୍ତକକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।।

ad-week
Leave A Reply

Your email address will not be published.