ବ୍ରାହ୍ମଣୀଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପଣା ସଂକ୍ରାନ୍ତି ଉପଲକ୍ଷେ ପଣା ବଣ୍ଟନ

add-all

ଦାରିଙ୍ଗବାଡି (୧୪/୦୪) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପଣା ସଂକ୍ରାନ୍ତି ଉପଲକ୍ଷେ ଶିଶୁ ବିଦ୍ୟା ମନ୍ଦିର ଛକରେ ସରବତ ପଣା ବଣ୍ଟନ କରିଛନ୍ତି। ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁମା, କର୍ମଚାରୀ ଓ ପରିଚାଳନା କମିଟି ସଦସ୍ୟଙ୍କ ଶ୍ରଦ୍ଧା, ସହାୟତାରୁ ପଣା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ପ୍ରତିଦିନ ବ୍ରାହ୍ମଣୀଗାଁ ବଜାରରେ ଶତାଧିକ ଜନ ସମାଗମ ରହିଥାଏ। ବ୍ରାହ୍ମଣୀଗାଁ ବଜାର ଦାରିଙ୍ଗବାଡି ବ୍ଲକ ମହକୁମାର ଦ୍ୱିତୀୟ ବୃହତମ ବଜାର କହିଲେ ଅତ୍ୟୁକ୍ତି ହେବନାହିଁ। ପଣା ସଂକ୍ରାନ୍ତି ଉପଲକ୍ଷେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଖୋଲା ଯାଇଥିବା ସରବତ ପଣା ପିଇବା ପାଇଁ ସର୍ଵ ସାଧାରଣଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ବଜାରର ସର୍ବତ ଦୋକାନରେ ମାନଙ୍କରେ ଆଜି ଦିନ ଜନଶୂନ୍ୟ ଦେଖା ଦେଇଛି। ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବଣ୍ଟନ କରାଯାଇଥିବା ପଣା ପିଇ, ଏହି ପଣା ପିଇଲେ ଭୋକ ଶୋଷ ଦୁରେଇଯିବ ବୋଲି ସର୍ଵ ସାଧାରଣରେ ଆଲୋଚନା ହେବା ସହିତ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁମା, କର୍ମଚାରୀ ଓ ପରିଚାଳନା କମିଟିକୁ ପଣା ବଣ୍ଟନ ନେଇଁ ସାଧୁ ବାଦ ଜଣାଇ ଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.