ରୋଗରେ ପୀଡିତ ବୃଦ୍ଧଙ୍କ ଚିକିତ୍ସା ପାଇଁ ହାତ ବଢ଼େଇଲେ ଯୁବ ସ୍ବେଚ୍ଛା ସେବୀ ଓ ମହିଳା ସଂଘ

add-all

ଦାରିଙ୍ଗବାଡି (୧୪/୦୪) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଇନ୍ଦିରା କଲୋନି (ମାରିଆପଲ୍ଲି) ସାହିର ରୋମାନ ପରିଛା ବୟସ ପ୍ରାୟ (୬୦) ଦୀର୍ଘ ୪ ବର୍ଷ ଧରି ଅଜଣା ଗୋଡ଼ ଫୁଲା ରୋଗରେ ପୀଡିତ ହୋଇ ଘରେ ପଡି ରହିଥିଲେ। ଦିନକୁ ଦିନ ବୃଦ୍ଧଙ୍କ ପରିସ୍ଥିତି ଶୋଚନୀୟ ହେବାରୁ ଯୁବ ସମାଜ ସେବୀ ତରୁଣ ନାୟକ ନେତୃତ୍ୱରେ କିଛି ଯୁବକ ଓ ମାରିଆ ପଲ୍ଲି ସାହିର ମହିଳା ସଂଘର ସହାୟତାରେ ଘରଘର ବୁଲି ଚିକିତ୍ସା ପାଇଁ ସହାୟତା ରାଶି ସଂଗ୍ରହରେ ଲାଗି ରହିଥିଲେ। ଏହି ଖବର ଅବସର ପ୍ରାପ୍ତ ବାଣିଜ୍ୟ କର ବିଭାଗର ବରିଷ୍ଟ ଅଧିକାରୀ ଅମୀର ଚାନ୍ଦ ନାୟକ ଜାଣିପାରି, ମହିଳା ସଙ୍ଘର ନେତ୍ରୀ ମାନଙ୍କୁ ଉତ୍ସାହିତ କରି କିଛି ସହାୟତା ରାଶି ପ୍ରଦାନ କରିଥିଲେ। ରାମରାଜୁଙ୍କ ଚିକିତ୍ସା ପାଇଁ ମହିଳା ସଂଘର ସଭ୍ୟା ମାନେ ସଂଗ୍ରହ କରିଥିବା ରାଶି ଓ ଶ୍ରୀଯୁକ୍ତ ନାୟକଙ୍କ ସହାୟତାରୁ ସ୍ବେଛାସେବୀ ଓ ମହିଳା ସଂଘର ସଭ୍ୟା ମାନଙ୍କ ମନ ବଳ ବୃଦ୍ଧି ପାଇ ଗତକାଲି ୧୦୮ ଆମ୍ବୁଲାନ୍ସ ସହାୟତାରେ ବ୍ରହ୍ମପୁର ବଡ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ, ଆଜି କଟକ ଡାକ୍ତରଖାନାକୁ ରେଫର କରାଯାଇଥିବା ଖବର ହସ୍ତଗତ ହୋଇଛି। ଖବର ନେବାରୁ ଜଣାପଡିଛିଯେ ବୃଦ୍ଧ ବୃଦ୍ଧା ଦୁହେଁ ସରକାର ଯୋଗାଇ ଦେଉଥିବା ରାସନ ଚାଉଳ ଓ ବୃଦ୍ଧା କୁଲି ମଜୁରି କରି ପରିବାର ଚଳେଇ ନେଉଥିବା ପ୍ରକାଶ ପାଇଛି। ଏହି ଭଳି ଦୁର୍ଦିନରେ ଜିଲା ପ୍ରଶାସନ ଆର୍ଥିକ ସହାୟତା ଯୋଗାଇବାକୁ ଅଂଚଳ ବାସୀ ପକ୍ଷରୁ ଦାବି ହେଉଛି।

ad-week
Leave A Reply

Your email address will not be published.