ମହାବିଷୁବ ସଂକ୍ରାନ୍ତି ସହ ହନୁମାନ ଜୟନ୍ତୀ ପାଳନ

add-all

ପାତ୍ରପୁର : ପାତ୍ରପୁର ଅଂଚଳର ବିଭିନ୍ନ ଗ୍ରାମରେ ମହା ବିଷୁବ ସଂକ୍ରାନ୍ତି ସହିତ ହନୁମାନ ଜୟନ୍ତୀ ପାଳିତ ହୋଇଛି। ଆଜି ଓଡ଼ିଆ ନବବର୍ଷ ପାଳନ ଅବସରରେ ଅଞ୍ଚଳରେ ବିଭିନ୍ନ ଶୈବ ପୀଠ ମାନଙ୍କରେ ବିଷୁବ ସଂକ୍ରାନ୍ତି ପାଳନ ଲାଗି ଭକ୍ତଙ୍କ ଭିଡ଼ ପରିଲିକ୍ଷିତ ହୋଇଛି। ଅଂଚଳର କାଶୀ ବିଶ୍ୱନାଥ , ଭୁଜଙ୍ଗେସ୍ୱର, ଷଣ୍ଢେଶ୍ବର,ନନ୍ଦିକେଶ୍ୱର ,ରାମେଶ୍ୱର , ନୀଳକଣ୍ଠଶ୍ୱେର ପ୍ରଭୃତି ଶୈବପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।ସେହିପରି ଗୋଠଗାଁ ଗ୍ରାମର ନିଳକଣ୍ଠେଶ୍ବର ମନ୍ଦିର ପରିସରରେ ଥିବା ହନୁମାନ ଙ୍କ ପ୍ରତିମୂର୍ତ୍ତି ପୂଜାର୍ଚ୍ଚନା କରିବା ସହ ହନୁମାନ ଚାଳିଶା ପଠନ କରାଯାଇଥିଲା। ସୀମାନ୍ତ ଅଞ୍ଚଳର ବହୁ ତେଲୁଗୁ ଅଂଚଳ ଗୁଡିପଦର ବି ନୂଆଗାଁ, ଢେପାପେଣ୍ଠ, ଜୟନ୍ତୀପୁର ପ୍ରଭୁତି ସୀମାନ୍ତ ଅଞ୍ଚଳର ବହୁ ଗ୍ରାମରେ ଥିବା ହନୁମାନ ପୀଠରେ ଭକ୍ତ ମାନେ ପୂଜା ଅର୍ଚ୍ଚନା ସହିତ ହନୁମାନ ଚାଳିଶ।ପାଠ କରିଥିଲେ।ଜରଡ। ସମେତ ବହୁ ଗ୍ରାମରେ ପଣା ବିଛଣା ବଣ୍ଟନ କରାଯାଇଥିଲା।ସମାସିଙ୍ଗି ଶାସନ ରେ ଥିବା ହନୁମାନ ମନ୍ଦିରରେ ହୋମ ସହିତ ହନୁମାନ ଚାଳିଶା ବ୍ରାହ୍ମଣ ଭୋଜନ ଅନୁଷ୍ଠିତ ହେବାସହ ପ୍ରଭୁଙ୍କୁ ସନ୍ଧ୍ୟାରେ ସଂକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରାଯାଇଥିଲା।

ad-week
Leave A Reply

Your email address will not be published.