କନ୍ଧମାଳରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ସୁବାସ ସରକାର…

add-all

ଫୁଲବାଣୀ:- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ସୁବାସ ସରକାର, ଦିନିକିଆ କନ୍ଧମାଳ ଗସ୍ତରେ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ସରକାର ପଶ୍ଚିମ ବଙ୍ଗ ରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସି ସେଠାରୁ କାର ଯୋଗେ ସିଧାସଳଖ କନ୍ଧମାଳ ଜିଲା ଗସ୍ତରେ ଆସି ଦିନ ଦଶଟା ସମୟରେ ସର୍କିଟ ହାଉସ ଠାରେ ପହଞ୍ଚିଥିଲେ ।
ପହଞ୍ଚିବାପରେ ସେଠାରେ ବିଜେପି ଓ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛସ୍ଵୀତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ବିଜେପି ପକ୍ଷରୁ ବିଜେପି ନେତା ଭଗବାନ ମହାନ୍ତି, ଅଜିତ ପଟ୍ଟନାୟକ, ପୌରାଧ୍ଯକ୍ଷା ସ୍ମିତା ରାଣୀ ମହାନ୍ତି,କାଉନସିଲ ରମେଶ ମହାନ୍ତି, ନଗର ସଭାପତି ସୁଶାନ୍ତ ମହାନ୍ତି ପ୍ରମୁଖ ଫୁଲ ତୋଡ଼ା ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବରୀ ଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଵାଗତ ଜଣାଇଥିଲେ । ପରେ ଜିଲ୍ଲା ପ୍ରଶାସନର ସମ୍ମିଳନୀ କକ୍ଷ ଠାରେ ବରୀଷ୍ଟ ଅଧିକାରୀମାନଙ୍କ ସହ ଜିଲ୍ଲା 6ର ଚାଲିଥିବା ବିଭିନ୍ନ ଉନ୍ନୟନ୍ନ ମୂଳକ ଯୋଜନା ସଂପର୍କୀତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।ଏଥି ସହିତ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀର କାର୍ଯ୍ୟକ୍ରମ ରହିଛି ବୋଲି ଆଇନଜୀବି ଭଗବାନ ମହାନ୍ତି କହିଛନ୍ତି।

ad-week
Leave A Reply

Your email address will not be published.