ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ତଥା ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି । ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକାଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଏହି ଅବସରରେ ନଗର ଭବନ ଠାରେ ବିଜୁ ବାବୁଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଵଳନ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପାର୍ଥନା କରାଯାଇଥିଲା । ଏହା ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ କାର୍ଯ୍ୟକ୍ରମ ରେ ଯେଉଁମାନେ ରକ୍ତଦାନ କରିଥିଲେ ତାଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ସଭା ଶେଷରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସମସ୍ତ କାଉନସିଲର ଓ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ମାନସ ମାଡକାମୀ, ପୁର୍ବତନ ବିଧାୟକ ମୁକୁନ୍ଦ ସୋଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ, ମାଲକାନଗିରି ପୋୖର ଅଧକ୍ଷ ମନୋଜ ବାରିକ ଙ୍କ ସମେତ ଅନେକ ଦଳୟ ନେତା ଓ କର୍ମି ମାନେ ଉପସ୍ଥିତ ରହିଥିଲେ ।
