ବିଜୁବାବୁଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳନ

add-all

ଦାରିଙ୍ଗବାଡ଼ି (୧୭/୪) : ଦାରିଙ୍ଗବାଡ଼ି ବିଜୁ ପାଠାଗାର ନିକଟରେ ଥିବା ନୂତନ ବିଜେଡ଼ି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି। ବିଜେଡ଼ି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ , ୧୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ , ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ଜିଲ୍ଲା ସମ୍ପାଦକ ବାବୁନି ପଣ୍ଡା ଯୋଗଦେଇଥିଲେ। ସରପଞ୍ଚ , ସମିତି ସଭ୍ୟ ସଭ୍ୟାଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଏହି ଦିବସ ଉପଲକ୍ଷେ ପ୍ରଥମେ ବିଧାୟକ ଓ ବିଜେଡ଼ି କର୍ମୀମାନେ ଦାରିଙ୍ଗବାଡ଼ି ମେଡ଼ିକାଲ ଅନ୍ତଃ ବିଭାଗ ରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ସମସ୍ତ ରୋଗୀଙ୍କୁ ବସ୍ତ୍ର ଦେବା ସହ କିଛି ଫଳ, ବ୍ରେଡ ଓ ବିସ୍କୁଟ ପ୍ରଦାନ କରିଥିଲେ। ଏହା ପରେ ବିଧାୟକ ଏବଂ କର୍ମୀମାନେ ବିଜେଡ଼ି କାର୍ଯ୍ୟାଳୟ ପହଞ୍ଚି ବିଜୁ ବାବୁଙ୍କ ଫୋଟଚିତ୍ରରେ ଦିପ ଧୂପ ଓ ପୁଷ୍ପମାଲ୍ୟ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିବା ସହ ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ବୈଠକ ଅନୁଷ୍ଠିତ ହୋଇଥିଲା ।

ad-week
Leave A Reply

Your email address will not be published.