ଗଞ୍ଜେଇ ଭର୍ତ୍ତି ପିକ ଅପ ଭେନ ଦୃର୍ଘଟଣା ଗ୍ରସ୍ତ…

add-all


ଭଞ୍ଜନଗର:- ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ନିକଟରେ ଆଜି ସକାଳୁ ଏକ ପିକ-ଅପ ଭେନ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଗାଡ଼ି (WB975304)ଟି କନ୍ଧମାଳ ଜିଲ୍ଲାରୁ ଚକପାଦ ଦେଇ ଦ୍ରୁତ ଗତିରେ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଗୁଜୁରାଳି ଗ୍ରାମ ନିକଟ ଏକ କଲଭଟ ରେ ପିଟିହୋଇ ଓଲଟି ପଡ଼ିଥିଲା।ଫଳରେ ଗାଡିରେ ଲୋଡ଼ ହୋଇଥିବା ପ୍ରାୟ ୧୦ ଟି ଗଞ୍ଜେଇ ବସ୍ତା ତଳକୁ ଖସି ଯାଇଥିଲା। ଏବଂ ଗାଡ଼ିରେ ଥିବା ସମସ୍ତ ଲୋକ ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ଗାଡି ସହ ଗଞ୍ଜେଇ ଜବତ କରି ଥାନା କୁ ଆଣିଛି।

ad-week
Leave A Reply

Your email address will not be published.