ଚୋରା ଚାଲାଣ ବେଳେ ବନ ବିଭାଗ ଦ୍ବାରା ମାଙ୍ଗାନିଜ ଟ୍ରକ୍ ଜବତ…

add-all


ରାଉରକେଲା :(ବସନ୍ତ କୁମାର ଜେନା);ବଣାଇ ବନଖଣ୍ଡ କୋଇଡା ରେଞ୍ଜ ଅନ୍ତର୍ଗତ ଗିଡେଇ ଗଣୁଆ ନିକଟରେ ବନ୍ଦ ପଡିଥିବା ଟାଟା ଟିସ୍କୋ କମ୍ପାନୀ ଦ୍ଵାରା ପୂର୍ବରୁ ଅଧିକୃତ ଥିବା ଜଙ୍ଗଲ ଅଞ୍ଚଳ ରୁ ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ଖବର ପାଇ ଆଜି ଭୋର ସକାଳ ସମୟରେ କୋଇଡା ରେଞ୍ଜ ଅଧିକାରୀ କାଜଲ କୁମାରୀ ନାୟକ କଂ ନେତୃତ୍ୱରେ , ଡେପୁଟି ରେଞ୍ଜର ବିଜୟ ତରାଇ, ଵନକର୍ମଚାରୀ ତୋଫାନ କୁମାର ତ୍ରିପାଠୀ, ଦୁଃଖୀ କିସାନ ସମେତ , ସ୍କ୍ୱାର୍ଡ କର୍ମଚାରୀ ମାନେ ମିଳିତ ଭାବେ ଚଢ଼ାଉ କରିଥିଲେ। ଅଚାନକ ଚଢ଼ାଉ କରାଯିବା ଦେଖି ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ସମସ୍ତେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଶେଷରେ ରେଞ୍ଜ ଅଧିକାରୀ ମାଙ୍ଗାନିଜ ବୋଝେଇ ହୋଇ ଥିବା ଗାଡ଼ି ଟିକୁ ଜବତ କରି ରେଞ୍ଜ ଅଫିସ କୁ ନେବା ସହିତ, ଘଟଣା ର ତଦନ୍ତ କରୁଥିବା ଜଣାପଡିଛି ।ଜବତ ମାଙ୍ଗାନିଜ ର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି

ad-week
Leave A Reply

Your email address will not be published.