ନୂଆପଡା ରେ “ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

add-all

ଚିକିଟି : ଚିକିଟି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ନୂଆପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁସ୍ମାନ ଭାରତ ଏବଂ ଅଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଗୋଷ୍ଟି ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମୋନଜ ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫଳତାର ସହ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ତଥା ସ୍ତାନୀୟ ବିଧାୟିକା ଉଷାଦେବୀ ଉଦଘାଟନ କରିଥିବା ବେଳେ ଡ଼ଃ ମୋନଜ ପାଢ଼ୀ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଆୟୋଜିତ ମେଳା ର ଲକ୍ଷ ଓ ଉଧେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଅନ୍ୟତଃ ଚିକିଟି ବ୍ଲକ ଅଧ୍ୟକ୍ଷ ଆପ୍ପନା ସେଠି ବିଜ୍ଞାପିତ ଅଞ୍ଚଳ ଅଧକ୍ଷା ଦୀପା କୁମାରୀ ସାହୁ, ସ୍ଥାନୀୟ ସରପଞ୍ଚ ବି.ସନମୁଖ ରାଓ,ବରିଷ୍ଟ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଶିବିର ବୁଲି ଦେଖିଥିଲେ। ବ୍ଲକର ଶତାଧିକ ରୋଗୀ ପହଞ୍ଚି ପଞ୍ଜିକରଣ କରାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ବିଭିନ୍ନ ପ୍ରକାର ପରୀକ୍ଷା କରେଇ ମାଗଣା ଔଷଧ ନେଇଥିଲେ ।ଏହି ମେଳାରେ ଆୟୁର୍ବେଦିକ,ହୋମିଓ ସହ ଏଲୋପାଥୀ ଚିକିତ୍ସା କରାଯାଇଥିଲା କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଜଗଦୀଶ ପଟ୍ଟନାୟକ,ଏପ ଡମି ଲଜି ସାବିତ୍ରୀ ରାଉତ,ଡ଼ଃ ମିନାକ୍ଷୀ ସାହୁ, ସୁପ୍ରିୟା ପାଢ଼ୀ,ପ୍ରଭୁ ପ୍ରସାଦ ପଣ୍ଡା, ପୁରଞ୍ଜିତ ପାତ୍ର, ବଳରାମ ବେହେରା, କେଦାରନାଥ ପାଢ଼ୀ, ସୁନୀଲ କୁମାର ସାହୁ, ଫାର୍ମାସିଷ୍ଟ ବି ଜଗନ୍ନାଥ ପାତ୍ର, ନିଳାଞ୍ଚଳ ରଥ, ମଙ୍ଗୁଲୁ ନାୟକ ଙ୍କ ସମେତ ରାମଚନ୍ଦ୍ର ସାହୁ, ସଦାନନ୍ଦ ସାହୁ,ସୁଭଲଷ୍ମୀ ମହନ୍ତ, ଅନୀଲ କୁମାର ଚୌଧୁରୀ ,ଆଶା,ଅଙ୍ଗନ ବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।ଚିକିଟି ପୋଲିସ ଓ ଦମକଳ ବିଭାଗ ତରଫରୁ ଶିବିର ପାଇଁ ସେବା ପ୍ରଦାନ କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.