
ଚିକିଟି : ଆଜି ଏହି ବ୍ଲକର 1807ଜଣ ଛାତ୍ର ଛାତ୍ରୀ କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ଏସ. ଏ -2 ପରୀକ୍ଷା ଦେଇଛନ୍ତି l ଏଥିପାଇଁ ପରୀକ୍ଷା କେନ୍ଦ୍ର ଗୁଡିକୁ ପୂର୍ବରୁ ଚି଼ହ୍ନଟ କରାଯାଇଥିଲା l ଗତ ବର୍ଷ ମହାମାରୀ କରୋନା ପ୍ରଭାବରୁ ପରୀକ୍ଷା ହୋଇପାରିନଥିଲା ବେଳେ ଚଳିତ ବର୍ଷ ଯେଉଁ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେଉଛି ସେହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ନିକଟସ୍ଥ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଧ୍ୟ ସମ୍ପୃକ୍ତ ବିଦ୍ୟାଳୟରେ ପରୀକ୍ଷା ଦେବାକୁ କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ନିଷ୍ପତ୍ତି ନିଆଯାଇଛି l ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱରା ଚି଼ହ୍ନଟ ଉଚ୍ଚ ବିଦ୍ୟାଳୟ ଗୁଡିକହେଲା ଚିକିଟି ଗଡ଼ ସ୍ଥିତ ରାଜଲକ୍ଷ୍ମୀ ବାଳିକା ବିଦ୍ୟାଳୟରେ 114ଜଣ, ରାଜ କବି ରାଢ଼ମୋହନ ବିଦ୍ୟପୀଠ ରେ 167ଜଣ, ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ, ଧାନଘରରେ 188 ଜଣ, ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆପଡାରେ 280ଜଣ, ଚିକିଟି ପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟରେ 199ଜଣ ଗିରିସୋଲା ମଦନ ମୋହନ ବିଦ୍ୟପୀଠରେ 241ଜଣ ସୁନାପୁର କାଶୀ ବିଶ୍ଵନାଥ ଉଚ୍ଚ ବିଦ୍ୟପୀଠରେ 173ଜଣ ସୁରଳ ମୁକ୍ତେଶ୍ଵର ବିଦ୍ୟପୀଠରେ 173ଜଣ, ମାଧବନ୍ଧଉତ୍କଳମଣି ବିଦ୍ୟପୀଠରେ 157ଜଣ ଓ ସୁମlଣ୍ଡି ଲବଣ ବୈଷୟିକ ବିଦ୍ୟପୀଠରେ 115ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି l ଚିକିଟି ଗୋଷ୍ଟୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ର ସହିତ ଆଜି ସାରିଥିବା ବେଳେ ଆସନ୍ତା 7ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ସୂଚନା ମିଳିଛି l ଆଜି ପ୍ରଥମ ଦିନରେ ଦ୍ୱିତୀୟ ଭାଷା ଇଂରେଜୀ ବିଷୟ ପରୀକ୍ଷା ଥିଲା l