
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଗାଞ୍ଜାପାଡ଼ା ପଞ୍ଚାୟେତର ହାତୀବେନା ଆଦିବାସୀ ଗ୍ରାମରେ ଏକ ଅମାନସିକ ଅସାମାଜିକ ନରସଂହାର ଘଟଣା ଘଟି ଯାଇଛି,28,4,2022ରିକରେ ସାମାନ୍ୟ ଜମି ଜମା କୁ କେନ୍ଦ୍ର କରି ବଡ ବାବା ପାଣ୍ଡୁ ଗଣ୍ଡର ପୁଅ କୋମଲ ସିଂ ଗଣ୍ଡ ଓ ସାନ ବାବା କାଡ଼ିଆ ଗଣ୍ଡର ପୁଅ ଦେଉସିଂ ଗଣ୍ଡ ମଧ୍ୟରେ ଦିନ ପ୍ରାୟ ଅନୁମାନିକ 9am ସମୟରେ ଗଣ୍ଡଗୋଳ ଆରାମ୍ଭ ହେଲା, ଏହି ଗଣ୍ଡଗୋଳ ଏତେ ଭୟଙ୍କାର ରୂପ ନେଲା ଯେ କେହି କିଛି ବୁଝିବା ଆଗରୁ କମଳ ସିଂ ଗଣ୍ଡ ନିଜ ଭାରସୋମ୍ୟ ହରାଇ ଟାଙ୍ଗୀୟାରେ ସାନ ଭାଇ ଦେଉସିଂ କୁ ମରନାତ୍ମକ ଆକ୍ରୋମନ କରି ମାରି ପକାଇଲେ, ମାରି ସାରିବା ପରେ ନିଜ ପିଲା ଓ ମାଇକିନାକୁ ଧରି ରାଇଘର ପୋଲିସ ଷ୍ଟେସନରେ ହାଜ଼ୀର ହୋଇ ନିଜ ଦୋଷ ଶିକାର କଲେ, ଆଖ ପାଖ ଗାଁ ବା ଅଞ୍ଚଳବାସି ଅଭିଯୋକ କରିଛନ୍ତି ଯୋଉଠି ନିଜ ଭାଇର ଜୀବନ ସୁରକ୍ଷିତ ନାହିଁ ସେଠି ଆମ ମାନଙ୍କ ଜୀବନ କେତେ ଦୁର ସୁରକ୍ଷିତ, ଦୋଷୀକୁ କୋଠରୁ କଠୋର ସଜା ହେଉ ଆଖ ପାଖ ଗାଁ ଲୋକମାନେ କହୁଛନ୍ତି, ଦେଉସିଂ ଗଣ୍ଡର ସାଇଡ ଘର ରାମଜୀ ଗଣ୍ଡ, ଡମୁ ଗଣ୍ଡ ଓ ଡାକ୍ତର ଗଣ୍ଡକୁ ଏ ବିଷୟରେ ପଚାରିବାରୁ ସେମାନେ ସବୁ ଜାଣି ଶୁଣି ମଧ୍ୟ ନ ଜାଣିଲା ପରି ହେଉଛନ୍ତି, ଡର ମାଡ଼ରେ କେହି ମୁହଁ ଖୋଲୁ ନାହାନ୍ତି, ସମସ୍ତଙ୍କ ମନରେ ଏକ ପ୍ରକାର କୋକୁୟାଭୟ ଖେଳି ଯାଇଛି